Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଧାମନଗର ଥାନାର ଦ୍ୱାରସ୍ଥ

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଧାମନଗର ଥାନାର ଦ୍ୱାରସ୍ଥ

34

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ମୁସ୍ତାଫାପୁର ଅଂଚଳର ସାୟେମା ଖାତୁନ ଗତକାଲି ରାତିରେ ପରିଶ୍ରା କରିବାକୁ ବାହାରକୁ ଆସିଥିବା ବେଳେ, ସେକ ରସିଦ ଙ୍କ ପୁଅ ସେକ ମୁସ୍ତାକ ମୁସ୍ତାଫାପୁର ଘର ଓ ସେଖ ଭାଲୋ (ଘର-ଭଦ୍ରକ ଅଂଚଳର) ତାଙ୍କୁ ଜୋର ପୂର୍ବକ ଟେକି ନେଇ ଘର ଭିତର ଖଟ ଉପରେ ପକାଇ ଦୁଷ୍କର୍ମ କରିବା ଉଦ୍ୟମ କରିଥିଲେ।ସାୟେମା ଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ ତାଙ୍କ କପଡ଼ା ଫାଡ଼ି ଦେହର ବିଭିନ୍ନ ସ୍ଥାନରେ କାମୁଡି ଓ ଚିହ୍ନ ବର୍ଣ୍ଣ କରିଦେଇଥିଲେ। ସେ ଚିଲାଇବା ପରେ ପରିବାର ଲୋକ ଉଠି ପଡ଼ିବା ପରେ ଅଭିଯୁକ୍ତ ଦୁଇଜଣ ଘଟଣାସ୍ଥଳରୁ ଛାଡ଼ି ପଳାଇଥିଲେ। ଏନେଇ ସାୟେମା ଆଜି ଧାମନଗର ଥାନାରେ ପହଂଚି ଲିଖିତ ଅଭିଯୋଗ କରି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି। ଅନ୍ୟପକ୍ଷେ ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାକୁ କେନ୍ଦ୍ରକରି ଅପର ପକ୍ଷରେ ଉମର ଅଲ୍ଲି, ସେକ ଜରି ଓ ସେକ ଗଫର ଜୈନିକା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ ଚଳାଇଛି। ତେବେ ପୂର୍ବ ସତୃତା କୁ ନେଇ ଉଭୟ ପକ୍ଷ ଏପରି ଅଭିଯୋଗ କରିଥିବା ପୋଲିସ ଅନୁମାନ କରୁଛି। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ଥାନା ଅଧିକାରି ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.