Home ଜିଲ୍ଲା ପରିକ୍ରମା ସୁବର୍ଣ୍ଣେଶ୍ୱର ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ସୁବର୍ଣ୍ଣେଶ୍ୱର ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

12

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବି.ଟି.ପୁର ପଂଚାୟତସ୍ଥ ରାଉତରାପୁର ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୪ ତମ ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟରେ ଆରଟି-ଇଲେଭେନ୍ କେନ୍ଦୁଝରକୁ ହରାଇ କେ.ସି.ଭି.ଏମ୍ ହଷ୍ଟେଲ୍ ଭଦ୍ରକ ଚଳିତ ବର୍ଷ ଚମ୍ପିୟାନ୍ ହୋଇଛି । ଫାଇନାଲ୍ ଖେଳରେ କେ.ସି.ଭି.ଏମ୍ ହଷ୍ଟେଲ୍ ଆରଟି-ଇଲେଭେନ୍‌କୁ ୪.୨ ଗୋଲରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ମ୍ୟାଚ୍ ରେଫେରୀ ଭାବେ କେଦାର କାଲୁୁଣ୍ଡିଆ,କଲୟା ସାଉଁଆ, ମଙ୍ଗଲ୍ ସିଂ, କେଶବ ସୋରେନ୍ ଥିବା ବେଳେ ସ୍କୋରରେ ଶକ୍ତିକାନ୍ତ ଖଟୁଆ, ବିଜୟ ଦାସ ଓ ମଂଟୁ ଧଳ କାର୍ଯ୍ୟ ତୁଲାଇଥିଲେ । ମନୋଜ ସାହୁ,ଖଗେଶ୍ୱର ମହାନ୍ତି, ବିଜୁ ପତି ଭାଷ୍ୟକାର ଥିଲେ। ଆୟୋଜିତ ପୁରସ୍କାର ବିତରଣୀ ସଭାକୁ କ୍ଲବ ଉପଦେଷ୍ଟା ସମାଜସେବୀ ଅଶୋକ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ୍‌, ସିନେ ତାରକା ଦେବାଶିଷ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ୍ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ପୂର୍ବତନ ସରପଞ୍ଚ ସତ୍ୟସାଧନ ବେଜ୍‌, ବି.ଟି.ପୁର ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଯୋଗଦେଇ କ୍ରୀଡା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଜୟୀ ଦଳକୁ ଟ୍ରଫି ଓ ୩୦ ହଜାର ଟଙ୍କା, ରନର୍ସ ଅଫ୍ ଦଳକୁ ଟ୍ରଫି ଓ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.