Home ଜିଲ୍ଲା ପରିକ୍ରମା ଧାମନଗର ମେଡିକାଲରେ ରୋଗୀ କଲ୍ୟାଣ ସମିତି ବୈଠକ

ଧାମନଗର ମେଡିକାଲରେ ରୋଗୀ କଲ୍ୟାଣ ସମିତି ବୈଠକ

15

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମେଡିକାଲ ରେ ପରିଚାଳନା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକ ରେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ ମେଡିକାଲ ର ଯାହା ଆବଶ୍ୟକ ଖୁବ୍ ଶିଘ୍ର ପୂରଣ କରାଯିବ। ଉକ୍ତ ମେଡିକାଲରେ ଡାକ୍ତର ଥିଲେ ମଧ୍ୟ ସେମାନଙ୍କୁ ଡେପୁଟେସନ ରେ ଅନ୍ୟ ମେଡ଼ିକାଲକୁ ପଠା ଯାଉଥିବାରୁ ଧାମନଗର ରେ ରୋଗିସେବା ବିପର୍ଯ୍ୟସ୍ତ ହୋଇପଡୁଛି। ତେବେ ୨୦୨୬ ଏପ୍ରିଲ ମାସ ପରେ ଡାକ୍ତର ସମସ୍ୟା ଦୁର ହେବ ବୋଲି ମନ୍ତ୍ରୀ କହିଥିଲେ । ଗୋଟିଏ ଛାତ ସମସ୍ତ ସେବା ପାଇଁ ଅର୍ଥ ଆସିଥିଲେ ମଧ୍ୟ ସ୍ଥାନ ଅଭାବରୁ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା। ତେବେ ଏଥିପାଇଁ ୪ ଜଣିଆ ଟିମ୍ ଗଠନ କରା ଯାଇ ସ୍ଥାନ ଚିହ୍ନଟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ଡାକ୍ତରଖାନା ରେ ୨୦ ବର୍ଷ ତଳେ ଏକ୍ସ ରେ ମେଶିନି ଥିବା ବେଳେ ତାହା ବାରମ୍ୱାର ଖରାପ ହେଉଛି ଏ ନେଇ ଆଲୋଚନା କରାଯାଇଥିଲା ।ମେଡିକାଲରେ ଗୋଟିଏ ଟିକେଟ କାଉଂଟର ରେ ଭିଡ ରହୁଥିବାରୁ ଆଉ ଗୋଟିଏ କାଉଂଟର ଖୋଲିବାକୁ ନିଷ୍ପତି ହୋଇଥିଲା,ସେହି କାଉଂଟର ରେ ବିଶେଷ କରି ଭିନ୍ନକ୍ଷମ, ବରିଷ୍ଟ ନାଗରିକ,ମହିଳା ଓ ଜରୁରୀ କାଳୀନ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ନିଷ୍ପତି ହୋଇଥିଲା। ସେହିପରି ଡାକ୍ତରଖାନା ପରିସରରେ ପାନ,ସିଗାରେଟ ଇତ୍ୟାଦି ସେବନ କଲେ ସେମାନଙ୍କ ଙ୍କ ଉପରେ ୫ ଶହ ଟଙ୍କା ଫାଇନି କରାଯିବ ଓ ସେ ପାଇଁ ପୋଲିସ ର ସହଯୋଗ ନିଆଯିବାକୁ ସ୍ଥିର ହୋଇ ଥିଲା।ତେବେ ଏ ନେଇ ପ୍ରଥମେ ସଚେତନ କରିବା ସହ ଡାକ୍ତରଖାନା ପରିସର ରେ ସାଇନି ବୋଡ ମାରିବାକୁ ମଧ୍ୟ ନିଷ୍ପତି ହୋଇଥିଲା ।ପରେ ଆୟ ବେୟ ର ହିସାବ କରା ଯାଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା, ବିଡିଓ ବନ ବିହାରୀ ଦିନ୍ଧା, ଡାକ୍ତର ମନ୍ମୟ ସାମନ୍ତ ସିଂହାର, ଏନ ଏଚ ଏମ ର ଜିଲ୍ଲା ପ୍ରୋଗ୍ରାମ ଅଫିସର ବନ ବିହାରୀ ମିଶ୍ର,ଜନ୍ମେଜୟ ଜେନା,ସମେତ ରୋଗୀ କଲ୍ୟାଣ ସମିତି ର ସଦସ୍ୟ ମାନେ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.