Home ଜିଲ୍ଲା ପରିକ୍ରମା ସମାଜସେବୀ ହରେକୃଷ୍ଣ ସାହୁଙ୍କ ପରଲୋକ

ସମାଜସେବୀ ହରେକୃଷ୍ଣ ସାହୁଙ୍କ ପରଲୋକ

12

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସର୍ବ ପୁରାତନ ପୁସ୍ତକ ବ୍ୟବସାୟୀ ତଥା ପୁରୁଣାବଜାର ଅଂଚଳର ସୁନାମଧନ୍ୟ ସମାଜସେବୀ ହରେକୃଷ୍ଣ ସାହୁ (ନାଲୁ ବାବୁ) ଙ୍କର ଆଜି ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଜଣେ ଦରଦୀ, ବନ୍ଧୁବତ୍ସଳ, ଅମାୟିକ, ମିଷ୍ଟଭାଷୀ ପରୋପକାରୀ ମଣିଷ ଥିଲେ। ସେ କିଛିଦିନ ଧରି ଅସୁସ୍ଥ ଥାଇ ଭଦ୍ରକର ବନ୍ତଛକସ୍ଥିତ ତାଙ୍କ ବାସଭବନରେ ରୋଗଶଯ୍ୟାରେ ପୀଡିତ ଥିଲେ। ତାଙ୍କର ଏହି ମୃତ୍ୟୁ ଖବର ପାଇ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ବିଶ୍ୱ ହିନ୍ଦୁ ପରିଷଦର ସକ୍ରୀୟ ସଦସ୍ୟ ପ୍ରଶାନ୍ତ ସାହୁ (ବାବୁ) ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.