Home ଜିଲ୍ଲା ପରିକ୍ରମା ସର୍ବୋଦୟ ମଣ୍ଡଳ ଓ ଗାନ୍ଧି ବାଳାଶ୍ରମର ମିଳିତ ସହଯୋଗରେ ବରପୁତ୍ରମାନଙ୍କ ଜୟନ୍ତୀ ପାଳିତ

ସର୍ବୋଦୟ ମଣ୍ଡଳ ଓ ଗାନ୍ଧି ବାଳାଶ୍ରମର ମିଳିତ ସହଯୋଗରେ ବରପୁତ୍ରମାନଙ୍କ ଜୟନ୍ତୀ ପାଳିତ

10

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଳିଦାନ, ତ୍ୟାଗ ତପସ୍ୟା ସମାଜ ସେବା ଓ ଦେଶ ମାତୃକା ସେବାରେ ଯେଉଁମାନେ ନିଜକୁ ସମର୍ପଣ କରିଛନ୍ତି ,ସେମାନେ ମହାନ। ସେହିପରି ମହାନ ଦେଶ ସେବକ ଓ ବରପୁତ୍ର ସର୍ବ କନିଷ୍ଠ ସହୀଦ ବାଜି ରାଉତ ଙ୍କ ୮୭ ତମ ବଳିଦାନ ଦିବସ,ସର୍ବୋଦୟ ମଣ୍ଡଳ ନେତା ଓ ସ୍ୱାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ଙ୍କ ୧୧୦ ତମ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୩ ତମ ଜୟନ୍ତୀ ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ବାଳାଶ୍ରମ ମିଳିତ ସହଯୋଗରେ ଭଦ୍ରକ ଗାନ୍ଧୀ ବାଳାଶ୍ରମ ସଭାଗୃହ ରେ ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୟରେ ଅପରାହ୍ନ ୫ ଘଟିକା ରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ବାଳାଶ୍ରମ ର ଅନ୍ତେବାସୀ ମାନେ ଦେଶାତ୍ମବୋଧକ ବୋଧକ ସଙ୍ଗୀତ ଗାନ କରିଥଲେ। ବାଳା ଶ୍ରମ ର ସମ୍ପାଦକ ଶ୍ରୀ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅଧିବକ୍ତା ଅଦିତ୍ୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥଲେ। ମୁଖ୍ୟ ବକ୍ତା ପ୍ରଧ୍ୟାପକ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା ଓ ମୁଖ୍ୟ ଅତିଥି ଡ଼ ସୁଧୀର ରଞ୍ଜନ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭଦ୍ରକ , ଉପଦେଷ୍ଟା ଡ ରାମଚନ୍ଦ୍ର ପଣ୍ଡା ଅବସର ପ୍ରାପ୍ତ ଅଧ୍ୟକ୍ଷ , ତ୍ୟାଗ ଭୂମି ସଭାପତି ଅଜୟ ନାୟକ ମାତୃଭାଷା ର ସମ୍ପାଦକ ଡ ଅନିଲ ଦାଶ ରବିନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମହାପୁରୁଷ ମାନଙ୍କ ଦେଶ ମାତୃକା ପ୍ରତି କରାଯାଇଥିବା ଅମ୍ଲାନ କାର୍ଯ୍ୟ ଗୁଡିକ ସଦା ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଆମ୍ଭ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ କରିଥଲେ। ନୁହେଁ ବନ୍ଧୁ ନୁହେଁ ଏହା ଚିତା ଏ ଦେଶ ତିମିର ତଳେ, ଏ ଅଲିଭା ମୁକତି ସଳିତା , କବିତା ଗାନ ମାଧ୍ୟମରେ ୧୨ ବର୍ଷର ବାଳକ ବାଜି ରାଉତ ଙ୍କ ସାହସ ଓ ଦେଶପ୍ରେମ ର ଉଦାହରଣ ଅତିଥି ମାନେ ସ୍ମରଣ କରିଥିଲେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱ ଓ ଜରୁରୀ ପରିସ୍ଥିତି ସମୟରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ନୀତି ବିରୁଦ୍ଧରେ ଆନ୍ଦୋଳନ ଓ ବିପ୍ଲବ , ପରବର୍ତୀ ସମୟରେ ଜନତା ଦଳ କ୍ଷମତାକୁ ଆସିବା, ନିଜେ ବାରମ୍ୱାର କାରାବରଣ ବିଷୟରେ ଆଲୋଚନା ହୋଇଥିଲା। ମନମୋହନ ଚୌଧୁରୀ ଙ୍କ ଭୂଦାନ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ ଅସହଯୋଗ ଆନ୍ଦୋଳନରେ ସାମିଲ ଓ ଜରୁରୀ ପରିସ୍ଥିତି ରେ ସାମିଲ ହୋଇ କାରାବରଣ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ସମାଜ ସେବୀ ଅମିତା ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସଭାପତି ଶାନ୍ତିଲତା ବାରିକ, ଉପ ସଭାପତି ଅଧିବକ୍ତା ଅଦିତ୍ୟ ନାୟକ, ଉପସଭାପତି ନାରାୟଣ ପାଢ଼ୀ ଗାନ୍ଧି ବାଳାଶ୍ରମର ଅନ୍ତେବାସୀ ଗଣ ସଭା ପରିଚାଳନା ରେ ସହଯୋଗ କରିଥଲେ। ସାମ୍ବାଦିକ ଜଗନ୍ନାଥ ନାୟକ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସର୍ବ ଶେଷରେ ସର୍ବୋଦୟ ମଣ୍ଡଳ ର ସମ୍ପାଦକ ଗୟାଧର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.