Home ଜିଲ୍ଲା ପରିକ୍ରମା ବାଗୁରାଇ ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ବିନ୍ଦୁ ଅଭିଯାନ ଆରମ୍ଭ

ବାଗୁରାଇ ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ବିନ୍ଦୁ ଅଭିଯାନ ଆରମ୍ଭ

15

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପୋଲିଓ ବିନ୍ଦୁ ଅଭିଯାନ ଆରମ୍ଭ ହୋଇଛି। ଜିଲାର ବାଗୁରାଇ ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ, ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଚିକିତ୍ସାଧିକାରୀ ଡାକ୍ତର କନକଲତା ସାହୁ, ଡାକ୍ତର ଶରତ ନନ୍ଦ, ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅନିତାରାଣୀ ରାଉତଙ୍କ ସମତେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗଦେଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ। ଜିଲାରେ ୬୧ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ୮୨୦ ଟି ବୁଥ୍‌ରେ ୧ ଲକ୍ଷ ୪୬ ହଜାର ୩୫୩ ଜଣ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଏହି ପୋଲିଓ ବୁନ୍ଦା ଦିଆଯିବାର ଧାର୍ଯ୍ୟଲକ୍ଷ୍ୟ ହୋଇଥିବାବେଳେ ଚଳିତମାସ ୧୩ ଓ ୧୪ ଦୁଇଦିନ ଧରି ଆଶା ଓ ଅଙ୍ଗନୱାଡି ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ରହିଯାଇଥିବା ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ବୋଲି ଜଣାପଡିଛି। ଏହି ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ଟୀକାକରଣ ସଂଯୋଜକ ରାମ ନାରାୟଣ ମହାପାତ୍ର, ଅତିଶ ଦାସ, ସୁରଜିତ ପଣ୍ଡା, ଶୋଭନ ସାହୁ, ଝରଣା ତ୍ରିପାଠୀ ଓ ଲିପିପୁଷ୍ପା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.