Home ଜିଲ୍ଲା ପରିକ୍ରମା ଓଡିଶା କୃଷକ ସଭା ୧୩ତମ ଚାନ୍ଦବାଲି ବ୍ଲକ ସମ୍ମିଳନୀ

ଓଡିଶା କୃଷକ ସଭା ୧୩ତମ ଚାନ୍ଦବାଲି ବ୍ଲକ ସମ୍ମିଳନୀ

29

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକର ସମସ୍ତ ଚାଷ ଜମିକୁ ଜଳସେଚନ, ବନ୍ୟା, ବାତ୍ୟା, ମରୁଡି ର ସ୍ଥାୟୀ ପ୍ରତିକାର, ଧାନ କୁଇଂଟାଲ ୩୬୦୦ ଟଙ୍କା ଘୋଷଣା କରିବା, ସାର ,ବିଷ ,କୀଟ ନାଶକ ଔଷଧ ରିହାତି ଦରରେ ଯୋଗାଇବା, ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଇବା, ୧୪ ଟି ଅତ୍ୟାବଶ୍ୟକ ସାମଗ୍ରୀ କୁ କେଂଟ୍ରାଲ ସାମଗ୍ରୀ ଭୁକ୍ତ କରିବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ର ସୁଧାର ଆଣିବା, ଚାଷୀ ହତ୍ୟା ଓ ଆତ୍ମହତ୍ୟା ରୋକିବା, ଆମ ଦେଶର ସମ୍ବିଧାନର ସୁରକ୍ଷା, ଏକତା ଓ ଭାଇଚାରା ସୁରକ୍ଷା ଦାବି ନେଇ ଓଡିଶା କୃଷକ ସଭା ୧୩ ତମ ବ୍ଲକ ସମ୍ମିଳନୀ ମତୋ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭାର ବରିଷ୍ଠ ନେତା କମ୍ରେଡ ନିରଞ୍ଜନ ପାଣି ସଂଗଠନର ପତାକା ଉତୋଳନ କରିଥିଲେ । ଚଳିତ ଅଦିନିଆ ବର୍ଷା,ବନ୍ୟା , ଭୂମିକମ୍ପ ଓ ଲଦାଖ ଓ ଗାଜାଷ୍ଟ୍ରିପ୍ ରେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇ ୨ମିନିଟ୍ ନିରବତା ଅବଲମ୍ବନ କରାଯାଇଥିଲା । ଓଡିଶା କୃଷକ ସଭା ର ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ ସମ୍ମିଳନୀକୁ ଉଦଘାଟନ କରି ଚାଷୀ ମାନଙ୍କ ଅଧିକାର , ଦେଶପ୍ରତି ଚାଷୀ ମାନଙ୍କ ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିବା ବେଳେ ଓ କେନ୍ଦ୍ର ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ଭୋଟ ଚୋରି ମାଧ୍ୟମରେ ପୁଣି ବିଭିନ୍ନ ରାଜ୍ୟରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ବିରୋଧୀ ସାଂପ୍ରଦାୟିକ ଘୃଣା ସୃଷ୍ଟିକାରୀ ବିଜେପି ବିରୁଦ୍ଧରେ ଚାଷୀମାନେ ଏକତ୍ରିତ ହୋଇ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ହଜାର ବର୍ଷର ଭାଇଚାରାର ସହର କଟକରେ ବିଜେପି ଓ ଆରଏସ୍‌ଏସ୍ ର ଗୁଣ୍ଡା ବାହିନୀ ସାଂପ୍ରଦାୟିକ ଗଣ୍ଡଗୋଳ ଓ ଦୋକାନ ପୋଡି ଅପରାଧ ଘଟାଇଛନ୍ତି ଓ ସମସ୍ତ ଦଙ୍ଗାକାରୀ ମାନଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ନାଥ ଦାବି କରିଥିଲେ । ଏହି ସମ୍ମିଳନୀରେ ଅନ୍ୟତମ ବକ୍ତା ଭାବେ ବରିଷ୍ଠ କୃଷକ ନେତା ରବି ପଟ୍ଟନାୟକ, କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, କୃଷକ ସଭାର ବରିଷ୍ଠ ନେତା ନିରଞ୍ଜନ ପାଣି, ଶ୍ରମିକ ନେତା ମଳୟ ଭୋଇ, ବିଷ୍ଣୁ ଦାଶ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ , କୃଷକ ନେତା କୀର୍ତନ ବିଶ୍ୱାଳ, ଚାଷୀ ନେତା କାହ୍ନୁ କିଶୋର ସାହୁ, ଅର୍ଜୁନ ନାୟକ ପ୍ରମୁଖ ବକ୍ତବ୍‌ଯ ପ୍ରଦାନ କରିଥିଲେ । ଚାନ୍ଦବାଲି ବ୍ଲକର ସମସ୍ତ ପଂଚାୟତ ଓ ଏନ୍ ଏ ସି ରୁ ଆସିଥିବା ୮୭ ଜଣ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରୁ ୧୪ ଜଣ ଚାଷୀ ପ୍ରତିନିଧି ଆଲୋଚନା କରିଥିଲେ । ଶେଷରେ ଏକ ୧୫ ଜଣିଆ ନୂତନ ବ୍ଲକ କମିଟି ଗଠନ ହୋଇଥିଲା । ଏହି ନୂତନ ବ୍ଲକ କମିଟି ରେ ସଭାପତି ଭାବେ ଚାଷୀ ନେତା ଗୌରାଙ୍ଗ ଯେନା ଓ ସଂପାଦକ ଭାବେ ଚାଷୀ ନେତା ଅଶୋକ ବେହେରା ନିର୍ବାଚିତ ହୋଇଥିଲେ । ଆସନ୍ତା ଅକ୍ଟୋବର ୨୨ ଓ ୨୩ ଧୁଷୁରୀ ଠାରେ ହେବାକୁ ଥିବା ଓଡିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ପାଇଁ ୨୦ ଜଣ କୃଷକ ନେତା ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.