Home ଜିଲ୍ଲା ପରିକ୍ରମା ଭଦ୍ରକ-ଆରଡି ରାଜ୍ୟ ରାଜପଥକୁ ଦୋହରିକରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଅଂଚଳବାସୀ

ଭଦ୍ରକ-ଆରଡି ରାଜ୍ୟ ରାଜପଥକୁ ଦୋହରିକରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଅଂଚଳବାସୀ

5

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ରାଜ୍ୟ ସରକାର ଭଦ୍ରକ-ଆରଡି ରାସ୍ତାକୁ ଷ୍ଟେଟ ହାଇୱେ ନମ୍ବର ୩୫ ଘୋଷଣା କରିଛନ୍ତି । ଓଡିଶା ରାଜ୍ୟର ଅନେକ ଜିଲ୍ଲାର ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ହେଲେ ରାସ୍ତା ର ଗୁରୁତ୍ୱ ନେଇ ରାଜ୍ୟ ସରକାର ୨୦୨୧-୨୨ ଆର୍ôଥକ ବର୍ଷରେ ଟ ୪୦ କୋଟି ଟଙ୍କା ଭଦ୍ରକ- ଆରଡି ରାସ୍ତାକୁ ପ୍ରଶସ୍ତ ଓ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଯୋଜନା କରି ପ୍ରଶାସନିକ କୁ ଆଦେଶ ଦେଇଥିଲେ । ଭଦ୍ରକର ଆର.ଏଣ୍ଡ.ବି ଅଧ୍ୟକ୍ଷକ ଯନ୍ତ୍ରୀଙ୍କ ସହିତ ୨୫.୦୮.୨୦୨୨ ରିଖରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଚୁକ୍ତି ମୁତାବକ ରାସ୍ତା ତା ୦୫.୦୯.୨୦୨୨ ରିଖ ରେ କାର୍ଯ୍ୟ ଆରମ୍ଭ ହୋଇ ତା ୪.୯.୨୦୨୪ ରିଖ ରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତି କାର୍ଯ୍ୟ ଶେଷ ହେବାର ସ୍ଥିର କରାଯାଇଥିଲା । ତେବେ ୪୦ କୋଟି ରୁ ଘୁରି ଯାଇ ୩୦ କୋଟି ଟଙ୍କାର ରାସ୍ତା ଖର୍ଚ୍ଚ ପାଇଁ ବିଭାଗୀୟ ଅଧିକାରି କାର୍ଯ୍ୟ ପାଇଁ ଚୁକ୍ତି ବଦ୍ଧ କରିଥିଲା ।ତେବେ ରାସ୍ତା କାର୍ଯ୍ୟ ର ଅବଧି ସରିଥିଲେ ସୁଧା ଅଦ୍ୟାବଧି କାର୍ଯ୍ୟ ସରିପାରିଲାନାହିଁ। ଏ ନେଇ ଧୁଶୁରୀ ଠାରେ ହୃଦାନନ୍ଦ ପାଠାଗାର ଠାରେ ଶନିବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଟ ଆଇନିଯିବି ଶଶୀ ଭୂଷଣ ପଣ୍ଡା ଙ୍କ ଆବାହକତ୍ୱରେ ତୁରନ୍ତ ରାସ୍ତା କାର୍ଯ୍ୟ ସାରିବା ସହ ରାସ୍ତାକାର୍ଯ୍ୟପାଖରେ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତ ରହିବା, ରାସ୍ତା ନିର୍ମାଣ ପାଇଁ ରାସ୍ତାର ଦୁଇ ପାଖରେ କଟାଯାଇଥିବା ଗଛ ପାଇ ନୂତନ ଚାରା ଲଗାଇବା, ରାସ୍ତା ମଝିରେ ବିଭାଜକ ନିର୍ମାଣ କରା ଯାଇ ସେ ସ୍ଥାନ ରେ ଚାରା ରୋପଣ କରାଯିବା ଆଦି ଆଲୋଚନା କରା ଯାଇଥିଲା। ଯଦି ଏ ସବୁ ଦାବି ପୁରଣ ନହୁଏ ଆଗମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା।ତେବେ ଉକ୍ତ ରାସ୍ତା ସଂପର୍କ ରେ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍‌, ଭଦ୍ରକ ଜିଲ୍ଲାପାଳ, ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଦାବିପତ୍ର ପ୍ରଦାନ କରା ଯିବବୋଲି ଏହି ସାମ୍ବାଦିକ ସମ୍ମିଳନୀ ରେ ବୁଦ୍ଧିଯିବି ରମେଶ ବେହେରା ,ଆଲୋକ ସ୍ୱାଇଁ, ସତ୍ୟମୂର୍ତି ବେହେରା,ଶରତ ସୂତାର,ବିଜୟ ମହାପାତ୍ର, ରତନ ବେହେରା ପ୍ରମୁଖ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.