Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଯୋଜନାର ଉପହାର ଘୋଷଣା, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ସିଧା ପ୍ରସାରଣ...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଯୋଜନାର ଉପହାର ଘୋଷଣା, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ

4

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – କୃଷି ବିଜ୍ଞାନ କେନ୍ଦ୍ର ରାଣୀତାଲ, ଭଦ୍ରକ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ରୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ଉଦଘାଟିତ ହୋଇଥିବା ଅର୍ଣଦାତାଙ୍କ ସମ୍ମାନ, ସମ୍ବୃଦ୍ଧ ରାଷ୍ଟ୍ରର ନିର୍ମାଣ କାର୍ଯ୍ୟକ୍ରମ ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାର ୪୨ ହଜାର କୋଟି ରୁ ଉର୍ଦ୍ଧ କୃଷି ଯୋଜନା ଚାଷୀ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରଧାନମନ୍ତ୍ରୀ ଉପହାର ଘୋଷଣା କରିଥିଲେ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲ ର ଆତ୍ମ ନିର୍ଭରତା ମିଶନ ର ଶୁଭାରମ୍ଭ ଏବଂ କୃଷି ଭିତି ଭୂମି ପାଣି, ପ୍ରାଣୀ ପାଳନ, ମତ୍ସ୍ୟ ଚାଷ ଏବଂ ଅନ୍ୟ ପ୍ରକ୍ରିୟା କରଣ ର ୧୧୦୦ ରୁ ଉର୍ଦ୍ଧ ଯୋଜନା ର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଉକ୍ତ ଉଦ୍ଘାଟନ ଉତ୍ସବ କୁ କୃଷି ବିଜ୍ଞାନ କେନ୍ଦ୍ର, ରଣିତାଲ ପରିସରରେ ୪୦୦ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ଓ ୫୦ ରୁ ଅଧିକ ବିଭିନ୍ନ ସଂସ୍ଥା ର ଅଧିକାରୀ ମାନେ ସିଧାସଳଖ ପ୍ରସାରଣ କାର୍ଯକ୍ରମ ରେ ଯୋଗଦାନ କରି କାର୍ଯ କ୍ରମ କୁ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଭଗବାନ ପଣ୍ଡା, ଆଂଚଳିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ବିଶ୍ୱରଂଜନ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଦ୍ୱିଜବର ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.