Home ଜିଲ୍ଲା ପରିକ୍ରମା ଧାମନଗର ରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଜନ୍ମଦିନ ପାଳିତ

ଧାମନଗର ରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଜନ୍ମଦିନ ପାଳିତ

16

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା,କ୍ରୀଡ଼ା ଓ ଯୁବସେବା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନ ରେ ଜନ୍ମଦିନ ପାଳନ କରାଯାଇଛି। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ଙ୍କ ୩୧ ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ଗିରି ଗୋବର୍ଦ୍ଧନ ଗୋଶାଳାରେ ଶତାଧିକ ଗୋମାତାଙ୍କୁ ବନ୍ଦାପନା କରାଯାଇ ଖାଦ୍ୟ ପ୍ରଦାନ କରାଯାଇଥିଲା।ଏଥି ସହ ବୃକ୍ଷ ରୋପଣ କରାଯାଇଥିଲା।ସନ୍ଧ୍ୟାରେ ସମବେତ ଶତାଧିକ ଦଳୀୟ କର୍ମକର୍ତା ଶକ୍ତିପୀଠ ବରୁଣାଇ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ତାଙ୍କ ଶୁଭ ମନାସି ସମୂହ ଦୀପଦାନ କରାଯାଇଥିଲା।ଶହୀଦ ମଣ୍ଡଳ ବିଜେପି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଉମାମଣି ସାହୁ,ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ,ବରିଷ୍ଠ ନେତା ଅଜୟ ବଳ,ବୈକୁଣ୍ଠ ସାହୁ,ବସନ୍ତ ରାଉତ,ହୃଷୀକେଶ ରାଉତ,ସୂରଜ ସାହୁ, ମୋର୍ଚ୍ଚା ସଭାପତି ରଜତ ଲେଙ୍କା,ସନ୍ତୋଷ ନାୟକ,ଜୟ ପ୍ରକାଶ ବେହେରା,ନରେନ୍ଦ୍ର ରାଉତ,,ଆକାଶ ବସନ୍ତିଆ ପ୍ରମୁଖ ସାମିଲ ହୋଇଥିଲେ।ସେହିପରି ବମକୁରା ପଂଚାୟତ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଜନ୍ମଦିନରେ ଧୂଷୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।କ୍ଷୀରୋଦ ଧଳ,ଫଣି ଭୂଷଣ ମଲ୍ଲିକ,ସଞ୍ଜୟ ମଲ୍ଲିକ,ମହେଶ୍ୱର ମିଶ୍ର,ଜିତେନ୍ଦ୍ର ଦୋବାଇ,ଅଜୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.