Home ଜିଲ୍ଲା ପରିକ୍ରମା ଧାମନଗର କଲେଜର ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ

ଧାମନଗର କଲେଜର ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ

11

ଭଦ୍ରକ, ୪ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ଅଧିନସ୍ଥ ତଥା ଏନଏସଏସ ବ୍ୟୁରୋ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ,ଧାମନଗର କଲେଜ +୩ କୋ-ୟୁନିଟର ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ସାତ ଦିନିଆ ଦୁର୍ଗାପୂଜା ସ୍ୱତନ୍ତ୍ର ସେବା ଶିବିର-୨୦୨୫, ୨୮ ସେପ୍େଟମ୍ବର ୨୦୨୫ ରବିବାର ରୁ ଆରମ୍ଭ ହୋଇ,୦୪ ଅକଟୋବର ୨୦୨୫ ଶନିବାର ଦିନ ଉଦଯାପିତ ହୋଇଯାଇଛି।ନନ୍ଦୀପୁର ସ୍କୁଲ ଠାରେ ଉଦଯାପନ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ସଭାପତିତ୍ୱ କରିବା ସହ ଛାତ୍ର ଜୀବନରେ ପାଠ ପଢା ସହିତ ସେବା ମଣିଷକୁ ଲକ୍ଷ୍ୟ ସ୍ଥଳରେ ପହଂଚାଏ ବୋଲି ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଏନଏସଏସ ଜିଲ୍ଲା ପ୍ରୋଗ୍ରାମ ଅଫିସର,ଅଧ୍ୟାପକ କମଳାକାନ୍ତ ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସ୍ୱଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ଏନଏସଏସ ର ସୃଷ୍ଟି, ଲକ୍ଷ୍ୟ ଓ ଉପକାରିତା ବିଷୟରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରିୟରଞ୍ଜନ ସାମଲ, ରାମ ଚନ୍ଦ୍ର ବେହେରା, ୱାର୍ଡ ମେମ୍ବର ବାସନ୍ତୀ ବେହେରା , ଆଶା କର୍ମୀ ପ୍ରତିଭା ସାହୁ ଆଦି ଉପସ୍ଥିତ ରହି ସେବାର ମହତ୍ୱ ବିଷୟରେ ଆଲୋଚନା କରିଥିଲେ।ପ୍ରୋଗ୍ରାମ ଅଫିସର ଡ଼ ମନୋଜ କୁମାର କର ସାତ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ରଖିଥିଲେ। ଅଧ୍ୟାପିକା ଗୀତାଞ୍ଜଳି ଦେବତା ସ୍ୱେଚ୍ଛାସେବୀ ମାନଙ୍କର ସେବାମନୋବୃତି ଓ କର୍ତବ୍ୟନିଷ୍ଠା ବିଷୟରେ ଆଲୋଚନା କରିଥିଲେ।ଏହି ଶିବିରରେ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଆଇନଜୀବୀ, ଫାର୍ମାସିଷ୍ଟ,ଯୋଗ ଗୁରୁ,ଅଗ୍ନି ନିର୍ବାପକ ଶିକ୍ଷା, ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭାଇ ଭଉଣୀମାନେ ବିଭିନ୍ନ କ୍ଷେତ୍ରରେ ଶିକ୍ଷା ଦେବା ସହ, ବୃକ୍ଷ ରୋପଣ, ଗ୍ରାମରେ ସାକ୍ଷରତା ପଦଯାତ୍ରା,ଦୁର୍ଗାପୂଜା ମଣ୍ଡପ ଓ ଗ୍ରାମ୍ୟ ଶୈବ ପୀଠରେ ସ୍ୱଚ୍ଛତା, ଛତୁଚାଷ ପଦ୍ଧତି ଜ୍ଞାନ କୌଶଳ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଏହି ଶିବିରରେ ସମୁଦାୟ ୪୬ ଜଣ ସ୍ୱଚ୍ଛାସେବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ କରାଇଥିଲେ।ପରିଶେଷରେ ସ୍ୱେଛାସେବୀ ରାକେଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.