Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ପଥେ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମନଗର ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ପଥେ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

8

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ପଞ୍ଚାୟତ ର ଗାନ୍ଧିଘାଟ ଶାସନ ଠାରେ ଥିବା ଗାନ୍ଧୀ ସ୍ମୃତି ପୀଠ ଏବଂ ବେତାଳିଗାଁ ବଜାର ରେ ଅବସ୍ଥିତ ଥିବା ଗାନ୍ଧୀ ସ୍ମୃତି ମନ୍ଦିର ପରିସର ମଧ୍ୟରେ ଧାମନଗର ବ୍ଲକ କଂଗ୍ରେସ ନେତା ତଥା ଆଇନଜୀବୀ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଏ ଆଇ ସି ସି ର ନିର୍ଦେଶ କ୍ରମେ ଗାନ୍ଧୀ ପଥେ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ,।ସକାଳ ଦଶ ଘଟିକା ସମୟ ମଧ୍ୟରେ କଂଗ୍ରେସ ଦଳର କର୍ମୀ ମାନେ ଗାନ୍ଧୀ ସ୍ମୃତି ପୀଠରେ ପହଂଚି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତି ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ନିରବ ପ୍ରାର୍ଥନା ସାରି ହାତରେ ଦଳୀୟ ପତାକା ଧରି ବିଭିର୍ଣ୍ଣ ସ୍ଲୋଗାନ ମାନ ଦେଇ ଗ୍ରାମ ସଚେତନତା ପଦଯାତ୍ରା କରିଥିଲେ। ପରେ ବେତାଳିଗାଁ ବଜାର ରେ ଅବସ୍ଥିତ ଥିବା ଗାନ୍ଧିଜୀ ଙ୍କ ସ୍ମୃତି ମନ୍ଦିର ପରିସର ମଧ୍ୟରେ ପଦାର୍ପଣ କରି ଅନୁରୂପ ଭାବେ ‘ଗାନ୍ଧୀ ପଥେ ଓଡିଶା ‘ଦଳୀୟ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଧାମନଗର ବ୍ଲକ ର ବିଭିନ୍ନ ପଞ୍ଚାୟତ ର କର୍ମୀ ମାନେ ଏହି କାର୍ଯ୍ୟ କ୍ରମ ରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.