Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ ଲକ୍ଷ୍ମୀ ଖିଲାରଙ୍କ ସ୍ମୃତି ଚାରଣ ସଭା

ସ୍ୱର୍ଗତଃ ଲକ୍ଷ୍ମୀ ଖିଲାରଙ୍କ ସ୍ମୃତି ଚାରଣ ସଭା

9

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ପୋଡାପାଟଣା ଗ୍ରାମର ସ୍ୱର୍ଗତଃ ନରହରି ଖିଲାରଙ୍କ ଧର୍ମପତ୍ନୀ ୰ଲକ୍ଷ୍ମୀ ଖିଲାରଙ୍କ ଏକାଦଶାହ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲ, ବନ୍ତ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଜଗନ୍ନାଥ ପାତ୍ର, ରମାକାନ୍ତ ଜେନା, ସମାଜସେବୀ ଗାବିନ୍ଦ ଚନ୍ଦ୍ର ସାହୁ, ହୃଷିକେଷ ଓଝା, ରବିନ୍ଦ୍ର ଦାସ, ବସନ୍ତ କର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ଶିକ୍ଷକ ମନୋଜ ସାହୁ, କୃଷ୍ଣ ଚନ୍ଦ୍ର ପଲେଇ ପ୍ରମୁଖ ସାମିଲ୍ ହୋଇ ସ୍ୱର୍ଗତା ଖିଲାରଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଶ୍ରୀମତି ଖିଲାରଙ୍କ ମଧ୍ୟମ ପୁତ୍ର ସୁରେଶ କୁମାର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ପରିବାର ବର୍ଗ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.