Home ଜିଲ୍ଲା ପରିକ୍ରମା ପ୍ରଥମଥର ପାଇଁ ସାତଭଉଣୀରେ ମା’ ଦୁର୍ଗା ପଦାର୍ପଣ କଲେ

ପ୍ରଥମଥର ପାଇଁ ସାତଭଉଣୀରେ ମା’ ଦୁର୍ଗା ପଦାର୍ପଣ କଲେ

30

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଭଦ୍ରକ ଆଖଣ୍ଡଳମଣି ସଡକ ପଥର ବାମପାଶ୍ୱର୍ରେ ଥିବା ଐତିହାସିକ ମା’ ସାତଭଉଣୀ ମନ୍ଦିର ପ୍ରାଙ୍ଗଣରେ ଜଗତଜନନୀ ମା’ ଦୁର୍ଗାଦେବୀଙ୍କ ମୃଣୟ ମୂର୍ତି ପୂଜା ମଣ୍ଡପରେ ପ୍ରଥମଥର ପାଇଁ ପଦାର୍ପଣ କରିଛନ୍ତି। ଏହି ମଣ୍ଡପଟି ଆରଡି ଛକ ଠାରୁ ୨ କିଲୋମିଟର ଦୂରବର୍ତୀ। ସୂଚନା ଅନୁଯାୟୀ କୋରକୋରା, କଲେଇ, ହରିପୁର ୩ ଟି ପଂଚାୟତର ଗ୍ରାମବାସୀମାନେ ପୂର୍ବରୁ ଦୁର୍ଗାଷ୍ଟମୀ ପାଳନ ନେଇ ଭଦ୍ରକ ସହରକୁ ଆସିବାକୁ ପଡିଥାଏ। ସହରର ପୂଜା ମଣ୍ଡପରେ ବିଶେଷକରି ମା’ଙ୍କ ଅଷ୍ଟମୀ ପୂଜାରେ ପ୍ରବଳ ଭିଡ କାରଣରୁ ୪ କିମି ଦୂରରୁ ଯାଇଥିବା ଏହି ୩ଟି ପଂଚାୟତର ପିଲାଛୁଆ, ମହିଳା, ବୁଢା ବୁଢୀମାନେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଅଧିକାଂଶ ସମୟରେ ମା’ଙ୍କ ନିକଟରେ ଭୋଗ ନଲଗାଇପାରି ମା’ଙ୍କ ପାଦୁକା ନପାଇ ନିରାଶରେ ଫେରିବାକୁ ପଡିଥାଏ। ୩ଟି ପଂଚାୟତ ଗ୍ରାମବାସୀଙ୍କ ଏଭଳି ଦୁଃଖ ଦୁର୍ଦ୍ଦଶାକୁ ଉପଲବ୍ôଧ କରି ୩ଟି ପଂଚାୟତର ମୁରବୀ ସୁଶାନ୍ତ ରାଉତ, ଲକ୍ଷ୍ମୀଧର ଦାସ, କମଳାକାନ୍ତ ମହାକୁଡ, ସୁନୀଲ ବାରିକ, ତୁଷାର ପରିଡା, ଦେବେନ୍ଦ୍ର ପାଣି ପ୍ରମୁଖ ବସି ମା’ ସାତଭଉଣୀ ପୀଠରେ ଚଳିତବର୍ଷ ପୂଜା ମଣ୍ଡପର ଆୟୋଜନ କରି ପୂଜାର୍ଚ୍ଚନା ଆରମ୍ଭ କରିବାକୁ ମନସ୍ଥ କରିଥିଲେ। ୩ଟି ପଂଚାୟତର ଗ୍ରାମବାସୀଙ୍କ ସ୍ୱେଚ୍ଛାକୃତ ଦାନ ଅର୍ଥ ପାଖାପାଖି ୧୦ ଲକ୍ଷ ଟଙ୍କା ବଜେଟ୍‌ରେ ଏଥର ପୂଜା ଆରମ୍ଭ କରାଯାଉଥିବା କଥା ସ୍ଥାନୀୟ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା କହିଛନ୍ତି। ଏଥର ମା’ ଦୁର୍ଗାଙ୍କ ମୃଣୟ ମୂର୍ତି ନିର୍ମାଣ, ତୋରଣ, ବିଦ୍ୟୁତ୍ ଆଲୋକ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମା’ ଦୁର୍ଗାଙ୍କ ମୃଣୟ ମୂର୍ତିର ନିର୍ମାଣ କାର୍ଯ୍ୟ ନଦୀଗାଁ ଅଂଚଳର ଅମର ମହାପାତ୍ର ଓ ତୋରଣ ଓ ଆଲୋକ ସାଜସଜ୍ଜା ସଂଜୀବ ମଜୁମଦାର ଙ୍କ ଦ୍ୱାରା ସଂପନ୍ନ ହୋଇଛି। ଅଷ୍ଟମ, ନବମୀ, ଦଶମୀ ଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.