Home ଜିଲ୍ଲା ପରିକ୍ରମା କରଞ୍ଜମାଳ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ

କରଞ୍ଜମାଳ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ

20

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଜନ ସଂଘର ପ୍ରତିଷ୍ଠାତା ଦିନ ଦୟାମ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତପାଳିତ ହୋଇ ଯାଇଛି। ରମାକାନ୍ତ ମଲିକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଉପସ୍ତିତ ବକ୍ତା ମାନେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୀବନ ଦର୍ଶନ ଏକାତ୍ମ ମାନବବାଦ, ସ୍ୱଦେଶୀ ଚିନ୍ତ ସମ୍ପର୍କରେ ଆଲୋଚନା କରିବା ସହ ଆତ୍ମ ନିର୍ଭରଶୀଳ ଭାରତ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ସଭାରେ ରମାକାନ୍ତ ମଲିକ, ରାକେଶ ରଞ୍ଜନ ଭଳ, ରଞ୍ଜନ ବାରିକ, ବିରକିଶୋର ଭଳ, ସୁଧାଂଶୁ ମହାନ୍ତି, ପଦ୍ମଲୋଚନ ବେହେରା, ଗୋବିନ୍ଦ ଚନ୍ଦ୍ର ଦାଶ, ଲିପୁନା ଦାଶ, ସରୋଜ ବାରିକ, ଅଶୋକ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.