Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ଅନ୍ତୋଦୟ ଗୃହ ଆବାସ ଯୋଜନାରେ ଘର ବଂଟନକୁ ନେଇ ବ୍ଲକ କାର୍ଯ୍ୟାଳୟରେ କର୍ମଚାରିଙ୍କୁ...

ଧାମନଗର ବ୍ଲକରେ ଅନ୍ତୋଦୟ ଗୃହ ଆବାସ ଯୋଜନାରେ ଘର ବଂଟନକୁ ନେଇ ବ୍ଲକ କାର୍ଯ୍ୟାଳୟରେ କର୍ମଚାରିଙ୍କୁ ଆକ୍ରମଣ, ବିଡ଼ିଓ ଦେଲେ ଥାନାରେ ଅଭିଯୋଗ

13

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗରିବ, ଭିନ କ୍ଷମ, ବିଧବା, କେନସର ରୋଗୀ ଙ୍କୁ ଅନ୍ତ ଦୟ ଗୃହ ଯୋଜନା ରେ ଘର ଯୋଗାଇ ଦେବା ପାଇଁ ନିକଟରେ ଘର ଘର ବୁଲି ସର୍ଭେ କରା ଯାଇଥିଲା। ତେବେ ସୂଚନା ମୁତାବକ ବ୍ଲକ କୁ ୨୧୩ ଟି ଘର ପ୍ରୋପଜାଲ ଆସିଛି । ବ୍ଲକ ର ୩୧ ପଞ୍ଚାୟତ ରେ ଏପରି ହିତାଧିକାରୀ ଚିହ୍ନଟ କରି ଘର ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ।ତେବେ ପରବର୍ତୀ ସମୟରେ ଏହା ଦଳୀୟ ଭିତି ରେ ଘର ବଂଟନ ହେଉ ଥିବାର ସୂଚନା ମିଳିଥିଲା ।ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦ୍ଦେଶ ଥିଲା ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଘର ପାଇବେ ସେ ଦିଗରେ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ଘଟଣା କୁ ଉଲଂଘନ କରା ଯାଇ ଥିଲା ।ଦଳୀୟ ଭିତରେ ଶାସକ ଦଳର କିଛି ଆଗୁଆ କର୍ମୀ ନିଜ ଭିତରେ ବସି ବିଡ଼ିଓ ଙ୍କୁ ଚିଠା ଦେଇଥିଲେ ତାହାକୁ ବିଡ଼ିଓ ଜିଲ୍ଲା କୁ ପଠାଇଥିଲେ । ତେବେ ଗୁରୁବାର ଦିନ ଧୂଶୁରୀ ସରପଂଚ ଅନ୍ତର୍ଯ୍ୟାମୀ ପତି,ଫତେପୁର ସରପଂଚ ରଞ୍ଜନ ପଣ୍ଡା ଓ ଖପରପଦା ପଂଚାୟତ ର ପୂର୍ବତନ ସରପଂଚ ଗୟାଧର ନାୟକ ଓ ଅନ୍ୟ କିଛି ପଂଚାୟତ ର କର୍ମୀ ବିଡ଼ିଓ ଙ୍କୁ ପଚାରି ଥିଲେ ,ମାତ୍ର ବିଡିଓ ସନ୍ତୋଷ ଜନକ ଉତର ଦେଇ ନଥିଲେ ମୁଁ ଜାଣି ନାହିଁ ବୋଲି କହିଥିଲେ ।ପରେ ସେମାନେ ଉନ୍ନୟନ ବିଭାଗ ର ବି ପି ସି ପ୍ରଶାନ୍ତ ବାରିକ ଙ୍କୁ ପଚାରି ଥିଲେ ସେ ମଧ୍ୟ ସନ୍ତୋଷ ଜନକ ଉତର ନ ଦେଇ ପାରିବାରୁ ଉଭୟ ଙ୍କ ମଧ୍ୟ ରେ ପାଟି ତୁଣ୍ଡ ସହ ହୋହାଲା ହୋଇ ବ୍ଲକ କାର୍ଯ୍ୟଳୟ ମଧ୍ୟ ରେ କିଛି ସମୟ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଅଫିସ ଲାପ ଟପ୍ କୁ ମଧ୍ୟ ବାହାର କୁ ନେ ଇ ଆସିଥିଲେ । ପରେ ବିଡ଼ିଓ ଙ୍କ ସହ କର୍ମଚାରି ମାନେ ଉକ୍ତ ଘଟଣାର ଆଲୋଚନା ପରେ ବିଡ଼ିଓ ଙ୍କ ସୁପାରିସ କ୍ରମେ ଧାମନଗର ଥାନାରେ ଅଭିଯୋଗ କରା ଯାଇଥିଲା।ଶୁକ୍ରବାର ଦିନ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ବ୍ଲକ ରେ ପହଂଚି ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତେବେ ଅଭିଯୋଗ ଟି ଠିକ୍ ଭାବରେ ଦିଆଯାଇ ନଥିବାରୁ କେସ ରୁଜୁ ହୋଇ ନାହିଁ ବୋଲି ଥାନା ଅଧିକାରି କହିଥିବାବେଳେ। ବିପିସି ଶ୍ରୀ ବାରିକ କହିଛନ୍ତି ଘଟଣା ସମ୍ପର୍କ ରେ ବିଡ଼ିଓ ଙ୍କୁ ଅବଗତ କରାଇ ଥିଲୁ ବିଡ଼ିଓ ଥାନାକୁ ଜଣାଇ ଛନ୍ତି ବୋଲି ସେ କହିଥିଲେ ।ତେବେ ଗରିବ ଲୋକ ଙ୍କ ପାଇଁ ଆସିଥିବା ଘରକୁ ଶାସକ ଦଳର ଦୁଇ ଗୋଷ୍ଟି ମଧ୍ୟରେ ଏପରି ବିବାଦ ରେ ସାଧାରଣ ଲୋକ କି ନ୍ୟାୟ ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.