Home ଜିଲ୍ଲା ପରିକ୍ରମା ସମସ୍ୟା ଘେରରେ ବାଙ୍କମୁଆ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି ୬ଟି ଶ୍ରେଣୀର ଛାତ୍ରଛାତ୍ରୀ

ସମସ୍ୟା ଘେରରେ ବାଙ୍କମୁଆ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି ୬ଟି ଶ୍ରେଣୀର ଛାତ୍ରଛାତ୍ରୀ

6

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାନା ସମସ୍ୟା ଘେରରେ ଭଦ୍ରକ ଜିଲା ଚାନ୍ଦବାଲି ଶିକ୍ଷାମଣ୍ଡଳ ଅଧିନ ନାନ୍ଦପୁର ପଂଚାୟତ ବାଙ୍କମୁହାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟ ସମସ୍ୟା ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଅଭିଭାବକ ଭେଟିଛନ୍ତି ଶିକ୍ଷାଧିକାରୀଙ୍କୁ। ସୂଚନା ଅନୁଯାୟୀ ବାଙ୍କମୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଂମମ ଯାଏଁ ୬ଟି ଶ୍ରେଣୀର ୩୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ଅଫିସ କାମ ଓ ପାଠ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷୟତ୍ରୀ। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନେ ଭଲରେ ପାଠ ପଢିବା ତ ଦୂରର କଥା ଗୋଟିଏ ଶ୍ରେଣୀଗୃହରେ ବସୁଥିବାରୁ ନିଜନିଜ ଭିତରେ ମାରପିଟି ଲାଗୁଛନ୍ତି । ଜଣେ ଶିକ୍ଷୟିତ୍ରୀ ବିଭିନ୍ନ ଅଫିସ କାମରେ ବ୍ୟସ୍ତ ରହୁଥୁବାରୁ ପିଲାମାନେ ମଧ୍ୟ ସ୍କୁଲ ବାହାରେ ବୁଲୁଛନ୍ତି। ପୂର୍ବରୁ ୨ଜଣ ଶିକ୍ଷୟିତ୍ରୀ ରହିଥିଲେ। ହେଲେ ଜଣେ ଶିକ୍ଷୟିତ୍ରୀଙ୍କର ଜୁଲାଇମାସରେ ଅବସର ନେବାରୁ ତାଙ୍କ ସ୍ଥାନରେ କୈାଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଖାଲି ପଡିଛି । ସେହିପରି ବିଦ୍ୟାଳୟ ନଳକୂପ ଅଚଳ ହୋଇଯାଇଥିବାରୁ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ। ଫଳରେ ବାଧ୍ୟ ହୋଇ ନିକଟରେ ଥିବା ପୋଖରୀର ଦୂଷିତ ପାଣି ପିଉଛନ୍ତି। ସେହିପରି ମଧ୍ୟାହ୍ନ ଭୋଜନ ମଧ୍ୟ ଉକ୍ତ ପୋଖରୀ ପାଣିରେ ପ୍ରସ୍ତୁତ ହେଉଛି। ତାହା ସହ ବିଦ୍ୟାଳୟରେ ପ୍ରାଚେରୀ ନଥିବାରୁ ଗାଈ, ଗୋରୁ ଷଣ୍ଢ ସ୍କୁଲ ହତା ଭିତରେ ରହୁଥିବାରୁ ଅପରିଷ୍କାର କରୁଛନ୍ତି। ବିଦ୍ୟାଳୟରେ ଶ୍ରେଣୀଗୃହ ଖାଲୁଆ ସ୍ଥାନରେ ଥିବାରୁ ସାମାନ୍ୟ ବର୍ଷା ଓ ବନ୍ୟା ହେଲେ ଶ୍ରେଣୀଗୃହରେ ବର୍ଷାପାଣି ଲହଡ଼ି ମାରିବାରୁ ଦିନ ଦିନ ଧରି ବନ୍ଦ ରହୁଛି ବିଦ୍ୟାଳୟ। ତେଣୁ ଯଥା ଶୀଘ୍ର ଜଣେ ନୂତନ ଶିକ୍ଷକ ସହ ଲାଗି ରହିଥିବା ସମସ୍ୟା ର ସମାଧାନ ପାଇଁ ଅଭିଭାବକ ମାନେ ଜିଲା ପ୍ରଶାସନ ଓ ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.