Home ଜିଲ୍ଲା ପରିକ୍ରମା ଜେଜେ ମାଆଙ୍କୁ ଛୁରୀ ଦେଖାଇ ଲୁଟିନେଲା ନାତି

ଜେଜେ ମାଆଙ୍କୁ ଛୁରୀ ଦେଖାଇ ଲୁଟିନେଲା ନାତି

16

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପର୍କରେ ଲାଗିଲା ଚୋରି ଦାଗ । ନାତି ସାଜିଲା ବଇରୀ । ଜେଜେ ମାଆକୁ ଛୁରୀ ଦେଖାଇ ଲୁଟିନେଲା ସମ୍ପର୍କୀୟ ନାତି । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧୀନ ବିଜେ ଗଙ୍ଗାଧରପୁର ଗାଁରୁ ନଜର ଆସିଛି ଏପରି ଘଟଣା । ଅଭିଯୋଗ ଆଧାରରେ ଗ୍ରାମାଂଚଳ ଥାନା ଅଧୀନ ଦରଡା ଫାଣ୍ଡି ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି, ଘରେ ଏକା ଥିଲେ ଜେଜେ ମାଆ ସ୍ମିତା ରାଣୀ ମହାରଣା । ଆଉ ପୁଅ ବୋହୁ ନଥିବା ସୁଯୋଗ ନେଇ ଘର ନିକଟ ସମ୍ପର୍କୀୟ ନାତି ଘରକୁ ଆସିଥିଲେ । ହଠାତ୍ ଆସି ଘର ଭିତରୁ କବାଟ ଦେଇଥିଲା ସେ । ଏମିତିକି ବେକରେ ଛୁରୀ ବେକରେ ଲଗାଇ ଲୁଟି ନେଲା ସମ୍ପର୍କୀୟ ନାତି । ପରେ ଘରେ ଥିବା ଏକ ସୁନା ଚେନ୍ ସହ ଟଙ୍କା ଲୁଟି ନେଇଥିଲେ । ସେପଟେ ଜେଜେ ମାଆଙ୍କ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ଛାନ୍‌ଭିନ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.