ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ବରିଷ୍ଠ ନାଗରିକମାନଙ୍କ ପାଇଁ ମହାନଦୀ କୋଲ୍ ଫିଲଡ୍ ଲିମିଟେଡ୍ (ଏମ୍ସିଏଲ୍) ଭଦ୍ରକ ସହରାଂଚଳରେ ଏକ ମଲ୍ଟି ପପ୍ରୋର୍ଜ ବିଲ୍ଡିଂ ନିର୍ମାଣ କରିବା ପାଇଁ ସମ୍ମତି ପ୍ରକାଶ କରିଛି। ପ୍ରକାଶଯୋଗ୍ୟ ବରିଷ୍ଠ ନାଗରିକମାନଙ୍କ ଅନୁରୋଧ କ୍ରମେ ସାଂସଦ ଅଭିମନ୍ୟୁ ସେଠୀ ଏମ୍ସିଏଲ୍ ଅଧ୍ୟକ୍ଷଙ୍କୁ ଏହି ବିଲ୍ଡିଂ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଅନୁଯାୟୀ ଏମ୍ସିଏଲ୍ କର୍ତୃପକ୍ଷ ଜିଲା ପ୍ରଶାସନକୁ ଭଦ୍ରକ ପୌରାଂଚଳରେ ଏକ ମଲ୍ଟିପୁଲ୍ ବିଲ୍ଡିଂ ନିର୍ମାଣ ପାଇଁ ଜାଗା ଦେବାକୁ ଚିଠି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ନାଗରିକ ମହାସଂଘର ବୈଠକରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କ ଉପସ୍ଥିତିରେ ପୌରାଂଚଳରେ ସ୍ଥାନ ନିରୂପଣ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।








