Home ଜିଲ୍ଲା ପରିକ୍ରମା ୮୩ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ

୮୩ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ

16

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅବକାରୀ ଥାନା ଅଧିକାରୀ ଅଭିଳାଷ ପାଲ ଓ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍ ର ଉପ ନିରୀକ୍ଷକ ରବି ବେହେରା,ଚାନ୍ଦବାଲି ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଦୀପ ପାଢ଼ୀ ,ଉପ ନିରୀକ୍ଷକ ସୌରଭ ପଣ୍ଡା ଓ ଭଦ୍ରକ ଅବକାରୀ ଥାନା ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ାଉ କରାଯାଇ ବେଆଇନ ବ୍ରାଉନ ସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଧୁସୁରି ଥାନା ଅନ୍ତର୍ଗତ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ ଦେବେନ୍ଦ୍ର କୁମାର ପାତ୍ର କନେଷ୍ଟବଳ ଶିବପ୍ରସାଦ ସାହୁ, ସୂର୍ଯ୍ୟକାନ୍ତ କିସ୍କୁ ,ପରେଶ୍ ଟୁଡୁ , ସୁଦର୍ଶନ , ସନ୍ଧ୍ୟାରଣି ସେନାପତି, ଜେନାମଣି ଜାମୁଦା , ଅନବଦିତ୍ୟ ବାରିକ୍ ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ କେସ ନଂ: ୧୨୯/୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.