Home ଜିଲ୍ଲା ପରିକ୍ରମା ସେବାପକ୍ଷ ଉପଲକ୍ଷେ ବିଶାଳ ରକ୍ତଦାନ ଓ ବୃକ୍ଷଦାନ ଶିବିର, ୧୨୦ୟୁନିଟ ରକ୍ତ ସଂଗୃହିତ

ସେବାପକ୍ଷ ଉପଲକ୍ଷେ ବିଶାଳ ରକ୍ତଦାନ ଓ ବୃକ୍ଷଦାନ ଶିବିର, ୧୨୦ୟୁନିଟ ରକ୍ତ ସଂଗୃହିତ

2

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ସେବାପକ୍ଷ ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ଭାଜପା ପକ୍ଷରୁ ମଙ୍ଗଳବାର ସେବା ପକ୍ଷ ସଂଯୋଜକ ପାରିଷଦ ଚନ୍ଦନ କୁମାର ରାଉତଙ୍କ ସଂଯୋଜନାରେ ମତୋ କଲ୍ୟାଣ ମଣ୍ଡପଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଅଶୋକ କୁମାର ରାଉଳ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ମୋଟ ୧୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ପ୍ରତି ରକ୍ତଦାତାଙ୍କୁ ଭାଜପା ପକ୍ଷରୁ ଏକ ବୃକ୍ଷ ପ୍ରଦାନ କରାଯିବା ସହିତ ମାନପତ୍ର ପ୍ରଦାନ କରି ସଂମ୍ମାନିତ କରାଯାଇଥିଲା । ସେହିପରି ଭାଜପା କୃଷକମୋର୍ଚ୍ଚା ରାଜ୍ୟ ସଂଯୋଜକ ଉପେନ୍ଦ୍ର କୁମାର ରାଉଳ, ରାଷ୍ଟୀୟ ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, ଜିଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରରେ ମତୋ ମଣ୍ଡଳ ସଭାପତି ଚନ୍ଦନ କୁମାର ବଳ, ଆରଡ଼ି ମଣ୍ଡଳ ସଭାପତି ସୋଦେଶ କୁମାର ନାୟକ, ମା କାଳୀ ମଣ୍ଡଳ ସଭାପତି ପ୍ରବୀର ରାଉତ, ସରପଂଚ ସୁରଭି ନାୟକ, ଯୁବ ନେତା ସୁଶାନ୍ତ ପୁହାଣ, ମୀନକେତନ ବିଶ୍ୱାଳ,ବିଜୟ କୁମାର ବେହେରା, ବିଶ୍ୱମୋହନ ଜେନା, ଦେବାଶିଷ ନାୟକ, ବିଶ୍ୱଜିତ ବିଶ୍ୱାଳ,ସୁଶୀଲ ବାରିକ,ମନୋଜ ଭଳ,ରମାକାନ୍ତ ଭଳ,ଗଣେଶ ଦାସ,ସୁଦୀପ୍ତ ଜେନା,ଦିଲ୍ଲୀପ ରାଉତ,କିରଣ ରାଉତ, ମୁକ୍ତିକାନ୍ତ ରାଉତ, ଆଇଟି ସେଲ ଅଶୋକ ରାଉତ ଓ ଉଦୟକେତନ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.