Home ଜିଲ୍ଲା ପରିକ୍ରମା ରାଜପଥ କର୍ତୃପକ୍ଷଙ୍କ ପକେଟରେ ଠିକା ସଂସ୍ଥା

ରାଜପଥ କର୍ତୃପକ୍ଷଙ୍କ ପକେଟରେ ଠିକା ସଂସ୍ଥା

5

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନମ୍ବର ଜାତୀୟ ରାଜପଥ ର ନିର୍ମାଣ ସମୟ ରେ ଏହାର ଏକ ବାଇପାସ ପାର୍ଶ ରେ ସ୍କୁଲ ଥିବାରୁ ଏହା ସମ୍ମୁଖଡ୍ରେନ କୁ ଓ ସାରିଆ ଭାବେ ନିର୍ମାଣ କରିବାକୁ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଙ୍କ ପକ୍ଷ ରୁ ଦାବୀ ବେଳେ ଠିକା ସଂସ୍ଥା ର ଅଧିକାରୀ ଙ୍କ ସହ ଉଚବାଚ ହୋଇ ଥିଲା। କାହିଁକି ଅ ସମ୍ମାନ କରାଗଲା ବୋଲି ସେହି ଦିନ ରୁ ଅଟକି ରହିଛି ଏହି ୨୫/୩୦ମିଟର ରାସ୍ତା କାମ।ଥାନାଧିକାରୀ ଓ ସ୍ଥାନୀୟ ସରପଂଚ ଏଥିରେ କିଛି ଦିନ ପରେ ପଶି ଅଧିକାରୀ ଙ୍କ ରାଗ ଶାନ୍ତ କଲା ବେଳକୁ ସଂସ୍ଥା ର କୁଆଡେ ବଡ଼ ପିଚ ମେସିନ ରାଜ୍ୟ ବାହାରକୁ ପଳାଇ ଗଲାଣି। ସେହିଦିନରୁ ଏଭଳି ଅବସ୍ଥାରେ ପଡ଼ି ରହିଅଛି ଏହି ରାସ୍ତା ଅଂଶ। ଖାଲି ଗାଡି ମଟର ନୁହେଁ, ଦୈନିକ ୫୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅ କଥ ନିୟ ଦୁର୍ଦଶା ଭୋଗୁ ଆସୁଛନ୍ତି। ଭଣ୍ଡାରିପୋଖରୀ ହେଡ଼ କ୍ୱାର୍ଟର କୁ ପଶିବାକୁ ଏହା ମୁଖ୍ୟ ରାସ୍ତା ହୋଇ ଥିବାରୁ ଖୋଦ ଜିଲ୍ଲାପାଳ ପ୍ରାୟ ପ୍ରତ୍ୟ କ ମାସ ଏହି ଧକ ଡ଼ ଚ କଡ଼ ରାସ୍ତା ରେ ମଧ୍ୟ ଯାଉଛନ୍ତି। ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ମାନେ ଏନେଇ ଲେଖି ଲେଖି ନୟାନ୍ତ ହୋଇ ଶେଷରେ ନେଉଳିଆ ଠାରେ ଠିକା ସଂସ୍ଥା ଦିଲ୍ଲୀ ପ ବିଲଡି କନ କମ୍ପାନୀ ର ଅସ୍ଥାୟୀ କାର୍ଯାଳୟ କୁ ପ୍ରେସ କ୍ଳବ ର କର୍ମ କର୍ତା ମାନେ ଯାଇ ସମସ୍ୟା ର ସମାଧାନ ପାଇଁ ଉଦ୍ୟମ କରିଥିଲା ବେଳେ ଅଧିକାରୀ ମାନଙ୍କ ପୂର୍ବ ରାଗ ଶାନ୍ତ ହୋଇ ନଥିବା ହୃଦୟଂଗମ କରିଥିଲେ।ସଂସ୍ଥା ପକ୍ଷରୁ ଯେବେ ଅପର ପାର୍ଶ୍ୱ ରେ ଥିବା ପାଳଦା ଅସମ୍ପୂର୍ଣ୍ଣ ବାଇପାସ ରାସ୍ତା ନିର୍ମାଣ ଟେଣ୍ଡର ହେବ ସେତେବେଳେ ଏହି ସ୍କୁଲ ଅଂଶ ର ନିର୍ମାଣ ହେବ ବୋଲି ରୋକ ଠୋକ ଶୁଣାଇ ଥିଲେ। ଏ ସବୁ କୁ ଜାତୀୟ ରାଜ ପଥ ପ୍ରାଧି କରଣ ସଂସ୍ଥା ବାଲେଶ୍ୱର ରେ ବସୀ ଦେଖୁଥିଲା ବେଳେ କିଛି କର୍ତବ୍ୟ ନଥିବା ପରି ଅଭିନୟ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.