Home ଜିଲ୍ଲା ପରିକ୍ରମା ବନ୍ତ ବିଡିଓଙ୍କ ଅଫିସ ଆଗରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଧାରଣା

ବନ୍ତ ବିଡିଓଙ୍କ ଅଫିସ ଆଗରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଧାରଣା

6

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ମିଶନ ଶକ୍ତି ବିଭାଗ ଅଧିନ ୨୫ ପଂଚାୟତରେ ଥିବା ଗୋଷ୍ଠୀ ସହାୟକ କର୍ମଚାରୀ ମାନେ ସ୍ଥାୟୀ ଦରମା ଓ ଗତ ୬ ମାସର ବକେୟା ଦରମା ପ୍ରାପ୍ୟ ଦାବୀରେ କାର୍ଯ୍ୟ ବନ୍ଦ ସହିତ ରାଜ୍ୟ ସଂଘର ନିଷ୍ପତି କ୍ରମେ ମଙ୍ଗଳବାର ଠାରୁ ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ଜଣାଯାଇଛି । ଏନେଇ ସେମାନେ ସୋମବାର ବିଡିଓ, ତହସିଲଦାର, ଥାନାଧିକାରୀ, ଓଏଲଏମ ଏବଂ ଡିପିଏମଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସଂଘର ସଭାନେତ୍ରୀ କମଳା ମିଶ୍ର ଓ ସମ୍ପାଦିକା ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ନେତୃତ୍ୱରେ ପଦ୍ମିନୀ ସାମଲ, କଳ୍ପନା ପଣ୍ଡା, ଜ୍ୟୋତିର୍ମୟୀ ପଣ୍ଡା, ନିରୁପମା ନାୟକ, କୁନମୁନି ପଢିଆରୀ, ଅନୁସୂୟା ପଣ୍ଡା, ରଶ୍ମିତା ସାହୁ, ମନୋରାମ ସାହୁ, ବିଜୟଲକ୍ଷ୍ମୀ ଜେନା, କୁମୁଦିନୀ ସ୍ୱାଇଁ, ଝୁନୁଲତା ରାଉତ, ମୋନାଲିସା ଧଳ, ଦିପ୍ତୀମୟୀ ଗିରି, ଫରିଦା କାଦ୍ରି, ମାନସୀ ସାମଲ, ସିପ୍ରାରାଣୀ ପାଣିଗ୍ରାହୀ, ଉର୍ମିଳା ପଣ୍ଡା, ନିରୁପମା ମଲ୍ଳିକ, ରାଜଲକ୍ଷ୍ମୀ ପୃଷ୍ଟି, ତୁଳସୀ ମଲ୍ଲିକ, ବବିତା ନାୟକ, କୁନୁମୁନି ନାୟକ, ରଶ୍ମିତା ପଣ୍ଡା, ପ୍ରଜ୍ଞାପରମିତା ରାଉତ, ପଦ୍ମିନୀ ସାମଲ, କୁମୁଦିନୀ ସ୍ୱାଇଁ, ମିନାକ୍ଷୀ ମହାପାତ୍ର, ମାଳତୀ ପ୍ରଧାନ, ଶାନ୍ତିଲତା ମୁଖୀ, ହେମଲତା ସାହୁ, ବନ୍ଦନା ସାହୁ, ସରସ୍ୱତୀ ସୂତାର, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଆରତୀ ଜେନା, ରଶ୍ମିତା ମହାପାତ୍ର, ସଶ୍ମିତା ସାହୁ, ମିନତୀ ଓଝା, ଉର୍ମିଳା ସାହୁଙ୍କ ସମେତ ୩ ଶହରୁ ଉର୍ଦ୍ଧ୍ୱ ଗୋଷ୍ଠୀ ସହାୟକ କର୍ମଚାରୀ ମାନେ ଧାରଣାରେ ବସିଥିଲେ । ପ୍ରକାଶ ଥାଉକି, ଗତ ୬ମାସ ହେବ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ଦରମା ମିଳିନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ସରକାରଙ୍କ ପକ୍ଷରୁ ନୂତନ ହାରରେ ଦରମା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଏହାକୁ ବିରୋଧ କରି ପୂର୍ବରୁ ମିଳୁଥିବା ନିର୍ଦ୍ଧାରିତ ହାରରେ ଦରମା ପ୍ରଦାନ ପାଇଁ ସେମାନେ ଦାବୀ କରିଛନ୍ତି । ସମାନ କାର୍ଯ୍ୟ କରି ଜଣେ କର୍ମଚାରୀ କମ ଓ ଜଣେ ଅଧିକ ଦରମା ପାଇବାକୁ ସେମାନେ ବିରୋଧ କରିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀ ମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.