Home ଜିଲ୍ଲା ପରିକ୍ରମା ଯୋଗାଣ ସାମଗ୍ରୀ ବଂଟନ କେନ୍ଦ୍ରରୁ ୧୬୦ବସ୍ତା ଚାଉଳ ଚୋରି ହେବା ଘଟଣା, ରେସନ ଚାଉଳ ପାଇବା...

ଯୋଗାଣ ସାମଗ୍ରୀ ବଂଟନ କେନ୍ଦ୍ରରୁ ୧୬୦ବସ୍ତା ଚାଉଳ ଚୋରି ହେବା ଘଟଣା, ରେସନ ଚାଉଳ ପାଇବା ଚିନ୍ତାରେ ହିତାଧିକାରୀ

12

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ତିଆଡ଼ିସାହି ଗ୍ରାମସ୍ଥିତ ଯୋଗାଣ ସାମଗ୍ରୀ ବଂଟନ କେନ୍ଦ୍ରରୁ ଶନିବାର ରାତିରେ ୧୬୦ବସ୍ତା ଚାଉଳ ଚୋରି ହୋଇଥିଲା। ଏ ସମ୍ପର୍କରେ ନୂଆବନ୍ଧ ଗ୍ରାମର ରିଟେଲର ଭାଗିରଥି ବେହେରା ରବିବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ସନ୍ଧାନୀ କୁକୁର ସହାୟତାରେ ସୋମବାର ତଦନ୍ତ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଚୋରି ହୋଇଥିବା ଚାଉଳର କୌଣସି ସନ୍ଧାନ ମିଳିପାରି ନଥିବାବେଳେ ଚୋରକୁ ଧରିବାରେ ପୋଲିସ୍ ଅସମର୍ଥ ହୋଇଛି। ଯୋଗାଣ ସାମଗ୍ରୀ ବଂଟନ କେନ୍ଦ୍ରରୁ ଚୋରି ହୋଇଥିବା ଚାଉଳ ସେମାନେ କିପରି ପାଇବେ, ସେ ନେଇ ହିତାଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଚୋରି ହୋଇଥିବା ୧୬୦ବସ୍ତା ଚାଉଳକୁ ରିଟେଲର ହିଁ ଭରଣା କରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁଥିପାଇଁ ରିଟେଲର ଶ୍ରୀ ବେହେରା ବଡ଼ ଦୁଶ୍ଚିନ୍ତାରେ ପଡ଼ିଛନ୍ତି। ପ୍ରକାଶଯୋଗ୍ୟ ଯେ ରିଟେଲର ଶ୍ରୀ ବେହେରା ବାରସର ପଂଚାୟତର ୨୨ଟି ୱାର୍ଡ଼ର ହିତାଧିକାରୀମାନଙ୍କୁ ରେସନ ଚାଉଳ ବଂଟନ ଦାୟିତ୍ୱରେ ରହିଛନ୍ତି। ସେ ତିଆଡ଼ିସାହିସ୍ଥିତ ମାର୍କେଟ କମ୍ପେ୍ଲକ୍ସରେ ଭଡ଼ାସୂତ୍ରରେ ଏକ ଘର ନେଇ ସେଠାରେ ଚାଉଳ ମହଜୁଦ କରି ହିତାଧିକାରୀମାନଙ୍କୁ ବଂଟନ କରୁଥିଲେ। ତେବେ ରିଟେଲର ଶ୍ରୀ ବେହେରା ଶନିବାର କେତେକ ହିତାଧିକାରୀଙ୍କୁ ଚାଉଳ ବଂଟନ କରି ବଂଟନ କେନ୍ଦ୍ରରେ ତାଲା ପକାଇ ଘରକୁ ଯାଇଥିଲେ। ପରଦିନ ସକାଳେ ସେ ଚାଉଳ ବଂଟନ କରିବାକୁ ଯାଇ ଚାଉଳ ଚୋରି ହୋଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ୧୬୦ବସ୍ତାରୁ ଊର୍ଦ୍ଧ୍ୱ ଚାଉଳ ଚୋରି ହୋଇଯାଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଚାଉଳ ଚୋରି ହେବା ପରେ ଶତାଧିକ ହିତାଧିକାରୀ ଚାଉଳ ପାଇବା ନେଇ ଆଶଙ୍କାରେ ରହିଛନ୍ତି। ତେବେ ହିତାଧିକାରୀମାନେ କିପରି ଚାଉଳ ପାଇପାରିବେ ସେ ଦିଗରେ ଯୋଗାଣ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ପ୍ରୀତିଶ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସୁରକ୍ଷିତ ଭାବେ ଯୋଗାଣ ସାମଗ୍ରୀ ରଖି ସୁଚାରୁରୂପେ ବଂଟନ କରିବା ରିଟେଲରଙ୍କ ଦାୟିତ୍ୱ। ବାକିଥିବା ହିତାଧିକାରୀଙ୍କୁ ରିଟେଲର ଚାଉଳ ବଂଟନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.