Home ଜିଲ୍ଲା ପରିକ୍ରମା ବାମନବିନ୍ଧା ସମିତିର ପୂର୍ବତନ ସମ୍ପାଦକ ଗିରଫ, ସମିତିର ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ

ବାମନବିନ୍ଧା ସମିତିର ପୂର୍ବତନ ସମ୍ପାଦକ ଗିରଫ, ସମିତିର ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ

16

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନ ବାମନବିନ୍ଧା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆ ସମିତିର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସମିତିର ସଭାପତି ରାଜେନ୍ଦ୍ର କୁମାର ଦାସ ବିଭାଗୀୟ କର୍ତୃପକ୍ଷଙ୍କ ସମେତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ତଦନ୍ତ ଅନୁସନ୍ଧାନ ଚଳାଇଥିଲେ। ମଙ୍ଗଳବାର ଭିଜିଲାନ୍ସ ବିଭାଗ ଯାଜପୁରରୁ ପୂବତନ ସମ୍ପାଦକ ଶ୍ରୀ ଖଟୁଆଙ୍କୁ ୧୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ କରିଥିବା ଜଣାଯାଇଛି। ପ୍ରକାଶ ଯେ, ପୂବତନ ସମ୍ପାଦକ ଶ୍ରୀ ଖଟୁଆ ୨୦୧୭ ନଭେମ୍ବର ୩୦ ତାରିଖରୁ ୨୦୨୨ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବାମନବିନ୍ଧା ସମବାୟ ସମିତିରେ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ। ଏହି ସମୟରେ ସେ ସମିତିର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସଭାପତି ଶ୍ରୀ ଦାସଙ୍କ ପରିଚାଳନା କମିଟି ବିଭାଗୀୟ କର୍ତୃପକ୍ଷ ଓ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗର ଯାଂଚ କରାଯାଇ ସେତେବେଳେ ୨୦୨୨ରେ ତାଙ୍କୁ ସମିତି ବୋର୍ଡ଼ ନିଲମ୍ବିତ କରିଥିଲେ। ପରେ ପୂର୍ବତନ ସମ୍ପାଦକ ଶ୍ରୀ ଖଟୁଆ ଯାଜପୁରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଭିଜିଲାନ୍ସ ବିଭାଗ ଖବରପାଇ ଯାଜପୁରରୁ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.