Home ଜିଲ୍ଲା ପରିକ୍ରମା ୭ ଦଫା ଦାବିନେଇ ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଧାରଣା

୭ ଦଫା ଦାବିନେଇ ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଧାରଣା

10

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ବର୍ଷାରେ ଭିଜି ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଗୋଷ୍ଠୀ ସହାୟକ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ଜଣାପଡ଼ିଛି। ସେମାନଙ୍କୁ ଇନସେଂଟିଭ ପରିବର୍ତେ ସ୍ଥାୟୀ ଦରମା ଦେବା, ବକେୟା ୬ମାସର ଦରମା ପ୍ରଦାନ ସହିତ ପୂର୍ବରୁ ମିଳୁଥିବା ନିର୍ଦ୍ଧାରିତ ହାରରେ ଦରମା ଦେବା, ପ୍ରୋଫରମାନ୍ସ ବୋନସ୍ ପ୍ରହସନ ବନ୍ଦ କରିବା ଇତ୍ୟାଦି ୭ ଦଫା ଦାବିରେ ସେମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଗୋଷ୍ଠୀ ସହାୟକ କର୍ମଚାରୀମାନେ ମିଶନ ଶକ୍ତି କାର୍ଯ୍ୟାଳୟରେ ପ୍ରଥମେ ତାଲା ପକାଇବା ପରେ ଧାରଣାରେ ବସିଥିଲେ। ସରକାର ଦାବୀ ପୂରଣ ନ କରିବା ଯାଏଁ ସେମାନେ ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି। ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ କୁମୁଦିନୀ ବେହେରା ଧାରଣାକାରୀଙ୍କ ପାଖରେ ପହଂôଚ ଧାରଣାର କାରଣ ସମ୍ପର୍କରେ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ପଚାରି ବୁଝିଥିବାବେଳେ ଧାରଣାରୁ ନିବୃତ ରହିବା ପାଇଁ ବୁଝାସୁଝା କରିଥିଲେ। ତେବେ ଧାରଣାକାରୀମାନେ ତାଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ। ସେମାନେ ଧାରଣା ଦେବେ ବୋଲି ସୋମବାର ଦିନ ବିଡିଓ, ତହସିଲଦାର, ଆଇଆଇସି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହି ଧାରଣାରେ ଏମବିକେ, ସିଆର୍‌ପି, ବ୍ୟାଙ୍କମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ବ୍ଲକ ସଂଘର ସଭାନେତ୍ରୀ ଅନିମା ସାମଲ, ସମ୍ପାଦିକା ମିନତୀ ନାଥଙ୍କ ସମେତ ଏମବିକେ ସନ୍ଧ୍ୟାରାଣୀ ବାରିକ, ସୁନିତା ସାମଲ, କବିତା ବାରିକ, ଲୀଳାବତୀ ବେହେରା, ସୁନିତା ପାଣିଗ୍ରାହୀ, ବ୍ୟାଙ୍କମିତ୍ର ରେଣୁପ୍ରଭା ପରିଡ଼ା, ସରିତା ନାୟକ, ସିଆରପି ପୁଷ୍ପା ମହାଳିକ, ବିଜୟଲଷ୍ମୀ ପତି, ଇଭିନିଙ୍ଗ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.