Home ଜିଲ୍ଲା ପରିକ୍ରମା ସମାଜସେବୀ ପ୍ରେମାନନ୍ଦ ଦାସଙ୍କ ଦେହାନ୍ତ

ସମାଜସେବୀ ପ୍ରେମାନନ୍ଦ ଦାସଙ୍କ ଦେହାନ୍ତ

13

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ, ଛେନାପଦି ସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବିଷ୍ଣୁପ୍ରିୟା ଜରାନିବାସର ପ୍ରାଣ ପ୍ରତିଷ୍ଠାତା ସମାଜସେବୀ ପ୍ରେମାନନ୍ଦ ଦାସଙ୍କର ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ପାର୍ଥିବ ଶରୀରକୁ ପ୍ରଥମେ ବିଷ୍ଣୁପ୍ରିୟା ବାଳାଶ୍ରମ ନିଆଯାଇ ଅନ୍ତେବାସୀଙ୍କ ଶେଷଦର୍ଶନ ପରେ କୁଆଁସସ୍ଥିତ ବାସଭବନକୁ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ଶେଷଦର୍ଶନ ନିମନ୍ତେ ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ମହାତ୍ମାଗାନ୍ଧୀ ବିଚାରମଂଚର ସମ୍ପାଦକ ସୁଧାକର ରାଉତ, ଅବସରପ୍ରାପ୍ତ ବିଚାରପତି ବାସୁଦେବ ଦାସ, ମୁସ୍‌ଲିମ୍ ଜମାତର ସଭାପତି ମହମ୍ମଦ ମୋକିତ୍ ଖାଁ, ଭବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳଜ ଅନୁସନ୍ଧାନ କେନ୍ଦ୍ରର ଅବସରପ୍ରାପ୍ତ ଅଧ୍ୟକ୍ଷ, ବୈଜ୍ଞାନିକ କାନ୍ତାଦାସ ମହାପାତ୍ର, ଭବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ କୁମାର ଦାସ, ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତି, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ସମାଜସେବୀ ହରିପ୍ରସାଦ ନନ୍ଦୀ, ଉପେନ୍ଦ୍ର ବାରିକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାସଭବନରେ ପଂହଚି ଶେଷଦର୍ଶନ କରିଥିଲେ । ତତ୍ପରେ ପାର୍ଥିବ ଶରୀରକୁ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମକୁ ନିଆଯାଇଥିଲା । ବାଳାଶ୍ରମ ଅନ୍ତେବାସୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ ପରେ ଏକ ଶୋଭାଯାତ୍ରାରେ ପୁରୁଣା ବଜାର ସ୍ଥିତ ଶ୍ମଶାନକୁ ନିଆଯାଇ ସମସ୍ତ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ଶବଦାହ କରାଯାଇଥିଲା । ଜ୍ୟେଷ୍ଠପୂତ୍ର ସହକାରୀ କମିଶନର ଜି.ଏ.ସ୍‌.ଟି ମିର୍‌ନାଲ୍‌କାନ୍ତ ଦାସ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.