Home ଜିଲ୍ଲା ପରିକ୍ରମା ସର୍ପାଘାତରେ ଚାଲିଗଲା ନାବାଳକଙ୍କ ଜୀବନ

ସର୍ପାଘାତରେ ଚାଲିଗଲା ନାବାଳକଙ୍କ ଜୀବନ

14

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଥାଉ କି ବନ୍ତ ଥାନା ଅଧୀନ ଷେଣ୍ଢତିରା ପଂଚାୟତ ବରପଦା ଗ୍ରାମର ଖିରୋଦ ଜେନାଙ୍କ ସାନପୁଅ ବିପ୍ଳବ କେଶରୀ ଜେନା, ବୟସ ୧୨ ନାବାଳକ ଜଣକ ଘରେ ସୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା। ଏହି ଘଟଣା ଘଟିଥିବା ବେଳେ ନାବାଳକ ଜଣକ ଗୁରୁତର ହୋଇ ଯାଇଥିଲେ, ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ବାଇକ ସାହାଯ୍ୟ ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡ଼ାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ହେଲେ ବିଧିର ବିଧାନ କିଛି ଅଲଗା ଲେଖା ଥିଲା, ଚିକିତ୍ସା ଧୀନ ଅବସ୍ଥାରେ ବିପ୍ଳବଙ୍କ ମୃତ ହୋଇଥିବା ଯାହା ଜଣା ପଡିଛି, ନାବାଳକଙ୍କ ମୃତ୍ୟୁ ଖବର ଜାଣିବା ପରେ ସ୍ଥାନୀୟ ଅଂଚଳ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସାନ ପୁଅକୁ ହରାଇ ପିତା ଖିରୋଦ ଜେନା ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ କିଛି ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ବିଦ୍ଧିଜୀବୀ ମାନେ ଦାବି କରିବା ଦେଖିବାକୁ ମିଳିଛି, ଘର ଭିତରୁ ସେହି ବିଷାକ୍ତ ସାପ ଟିକୁ ଭଦ୍ରକର ଚର୍ଚିତ ସାପ ଧରାଳି ମିର୍ଜା ଅରିଫ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି, ତେବେ ଏହି ନାବାଳକଙ୍କ ମୃତ୍ୟୁ ନେଇ ବନ୍ତ ଥାନାରେ ୧୦/୨୫ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.