Home ଜିଲ୍ଲା ପରିକ୍ରମା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

7

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ସାମିଲ ହେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ଅଭିଯାନରେ ମା’ମାନଙ୍କ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପୌଷ୍ଟିକ ଖାଦ୍ୟ, ସ୍ୱସ୍ଥ ଜୀବନଶୈଳୀ,ମାସିକ ସ୍ୱଚ୍ଛତା ଓ ମାନସିକ ସୁସ୍ଥତା ବିଷୟରେ ବିଶେଷ ସଚେତନତା ଦିଆଯାଇଥିଲା। ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ। ପରିବାର ସୁସ୍ଥ ହେଲେ ସମାଜ ସଶକ୍ତ। ସମାଜ ସଶକ୍ତ ହେଲେ ଦେଶ ସମୃଦ୍ଧ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ପବିତ୍ର ଅଭିଯାନ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ନାରୀମାନଙ୍କୁ ସୁସ୍ଥ ଓ ସଶକ୍ତ କରିବ। ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.