Home ଜିଲ୍ଲା ପରିକ୍ରମା ବାଇକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ବାଇକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

9

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ବଳନ୍ତ ଗ୍ରାମର ଦେବାନନ୍ଦ ନାୟକ (୫୬)ଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଶ୍ରୀ ନାୟକ ପ୍ରତିଦିନ ପରି ସେଦିନ ମଧ୍ୟ ରାହାଞ୍ଜ ଶିଳ୍ପାଂଚଳରେ ଥିବା ଏକ ଇଟା ତିଆରି କାରଖାନାକୁ ଯାଇ ଅପରାହ୍ନ ୧୨ ଟା ବେଳେ ଘରକୁ ଖାଇବାକୁ ଆସୁଥିବା ବେଳେ ଧୀନ୍ଦାସାହି ଛକ ନିକଟରେ ଦୃତଗତିରେ ଆସୁଥିବା ପଲସର ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ। ଦେଖଣାହାରୀ ଙ୍କ ସୂଚନା ଅନୁସାରେ ଦୁର୍ଘଟଣା ଏତେ ଜୋର ଥିଲା ଘଟଣାସ୍ଥଳରେ ଶ୍ରମିକଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ ଓ ଆରୋହୀ ଦୁହେଁ ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିବା ଜଣାପଡିଛି। ଉଭୟ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ବାଇକ ଓଡି୦୧ଏଡବ୍ଲ୍ୟୁ୮୮୭୯ କୁ ଅଟକ ରଖି ଗ୍ରାମାଂଚଳ ଥାନାକୁ ଖବର ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.