Home ଜିଲ୍ଲା ପରିକ୍ରମା ତିହିଡ଼ିର ଫୁଲ, ଓଡ଼ିଶାର ମହକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ, ବିଶ୍ୱାସର କେନ୍ଦ୍ରବିନ୍ଦୁ ଥିଲେ...

ତିହିଡ଼ିର ଫୁଲ, ଓଡ଼ିଶାର ମହକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ, ବିଶ୍ୱାସର କେନ୍ଦ୍ରବିନ୍ଦୁ ଥିଲେ ବିଷ୍ଣୁ ସେଠୀ : ମନମୋହନ ସାମଲ, ପ୍ରତିମୂର୍ତି ଅନାବରଣ ଓ ପୁସ୍ତକ ଉନ୍ମୋଚନ

12

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡ଼ିର ଫୁଲ, ଓଡ଼ିଶାର ମହକ, ବିଚକ୍ଷଣ ରାଜନେତା, ସୁସାହିତ୍ୟିକ ଓ ଜନସେବକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଶୁକ୍ରବାର ସ୍ଥାନୀୟ କାଳୀପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତିହିଡ଼ି ବଜାର ମଧ୍ୟସ୍ଥଳରେ ସ୍ୱର୍ଗତ ସେଠୀଙ୍କର ଏକ ପ୍ରତିମୂର୍ତି ଅନାବରଣ କରାଯାଇଥିଲା। ପରେ ସ୍ୱର୍ଗତ ସେଠୀଙ୍କ ରଚିତ କବିତା ପୁସ୍ତକ ‘ଆଲୋମୟ ଅପସରା’ ଓ ସାହିତ୍ୟ ପତ୍ରିକା ‘ଘାସଫୁଲ’ର ପାର୍ବଣ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏଥିସହିତ ସ୍ୱର୍ଗତ ସେଠୀଙ୍କ ଫଟୋ ଜୋନ୍‌ଙ୍କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଓ ତିହିଡ଼ି କଲେଜର ପୂର୍ବତନ ଅଧ୍ୟକ୍ଷ ଗାଳ୍ପିକ ଡ. ଲକ୍ଷ୍ମୀଧର ତ୍ରିପାଠୀଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ବିଶ୍ୱାସର କେନ୍ଦ୍ରବିନ୍ଦୁ ଥିଲେ ବିଷ୍ଣୁ ସେଠୀ। ଜଣେ ରାଜନେତା ଜନସାଧାରଣଙ୍କର ବିଶ୍ୱାସଭାଜନ ହେବା କଷ୍ଟକର। ଏପରିସ୍ଥଳେ ବିଷ୍ଣୁ ସେଠୀ ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ସେ ସବୁବେଳେ ନୂତନ ସମ୍ଭାବନାର ସ୍ୱପ୍ନ ଦେଖୁଥିଲେ। ଦିନରେ ରାଜନୀତି ଓ ରାତିରେ ସାହିତ୍ୟ ତାଙ୍କର ଜୀବନର ମୂଳମନ୍ତ୍ର ଥିଲା। ସେ ତଳସ୍ତରର ଲୋକମାନଙ୍କର ଦୁଃଖକୁ ଅଙ୍ଗେଅଙ୍ଗେ ଅନୁଭବ କରି ସେମାନଙ୍କର ଉପକାର କରୁଥିଲେ। ସେଥିପାଇଁ ସେ ଆଜି ସମସ୍ତଙ୍କର ହୃଦୟକୁ ଜୟ କରିଛନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସାଂସଦ ଅଭିମନ୍ୟୁ ସେଠୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ରାଜ୍ୟ ସମ୍ପାଦକ ଶରତ କର, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଶିଷ୍ଟ ପ୍ରବଚକ ବୀରେନ୍ଦ୍ର ପଣ୍ଡା, ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି, ଗୀତିକାର ପଞ୍ଚାନନ ନାୟକ, ବଦ୍ରିନାରାୟଣ ଧଳ, ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ, ଶିଳ୍ପୀ ଚୂଡ଼ାମଣି ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଦକ୍ଷ ରାଜନୀତି ଓ ସାହିତ୍ୟ ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ। ଏଥିସହିତ ଅତିଥିମାନେ ପୁସ୍ତକ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଞ୍ଜନ ବାରିକ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ବରିଷ୍ଠ ବିଜେପି ନେତା ଦୀନବନ୍ଧୁ ପତି, ଅଜୟ ନାୟକ, ମନୋଜ ମଲ୍ଲିକ, ରାମଚନ୍ଦ୍ର ମିଶ୍ର, ବୈକୁଣ୍ଠ ସାହୁ, ଦେବେନ୍ଦ୍ର ପୁହାଣ, ପ୍ରାବନ୍ଧିକ ଡ. ବିଶ୍ୱରଂଜନ ଦାସ, ବିଜେପି ନେତ୍ରୀ ରଞ୍ଜିତା ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ଣ୍ଣଚନ୍ଦ୍ର ପାଣି, ହେମନ୍ତ ପାଢ଼ୀ, ଉପେନ୍ଦ୍ର ରାଉଳ, ଶରତ ଦାସ, ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ଶଶିକାନ୍ତ ବିଶ୍ୱାଳ, ବାସୁଦେବ ବିଧାୟକ ପ୍ରତିନିଧି ସରୋଜ ଦାସ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ସମିତିସଭ୍ୟ ଚିନ୍ତାମଣି ଦାସ, ବିଜେଡି ନେତା ବାପୁଜୀ ନାୟକ, କମଳାକାନ୍ତ ଲେଙ୍କା, ଶଶଧର ସାମଲ, କମଳାକାନ୍ତ ଦାସ, ଗଣେଶ ନାୟକ, ସରପଂଚ ସୁପ୍ରଭା ପାଣି, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଳିକ, ଯଶୋଦା ମଲ୍ଲିକ, ନିହାରିକା ବିଶ୍ୱାଳ, ଚକ୍ରଧର ଦାସ, ରବିନ୍ଦ୍ର ଶତପଥି ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ନେତା ଓ କର୍ମୀ ଯୋଗଦେଇ ବକ୍ତବ୍ୟ ସହିତ ଶ୍ରଦ୍ଧାଜ୍ଞଳି ଅର୍ପଣ କରିଥିଲେ। ସ୍ୱର୍ଗତ ସେଠୀଙ୍କ ପତ୍ନୀ ‘ଘାସଫୁଲ’ର ସମ୍ପାଦିକା ଉର୍ମିଳା ପାଣିଗ୍ରାହୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ସମିତିସଭ୍ୟ ଶୁକଦେବ ମଲ୍ଲିକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ, ମଣ୍ଡଳ ସଭାପତି କେଶବ ବେହେରା, ସାଇଚରଣ ବେହେରା, ସରୋଜ ନାୟକ, ସୂର୍ଯ୍ୟନାରାୟଣ ଭୋଇ, ତପନ ପାଢ଼ୀ, ପ୍ରମୋଦ ଦାସ, ଉଷାକାନ୍ତ ନାୟକ, ସାଇଶରଣ ବେହେରା, ଦେବବ୍ରତ ପାଢ଼ୀ, ତପୁନୁ ପାଣି, ଧିରେନ୍ଦ୍ର ସାହୁ, ମନୋଜ ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ପ୍ରିୟବ୍ରତ ପାଢ଼ୀ, ମନୋଜ ସେନାପତି, ବସନ୍ତ ମହାପାତ୍ର ପ୍ରମୁଖ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.