Home ଜିଲ୍ଲା ପରିକ୍ରମା ପିଲା ଗଣେଶ ପକ୍ଷରୁ ଦୁଇଦିନ ବ୍ୟାପୀ ସାଂସ୍କୃତିକ ମହୋତ୍ସବ ଉଦଯାପିତ

ପିଲା ଗଣେଶ ପକ୍ଷରୁ ଦୁଇଦିନ ବ୍ୟାପୀ ସାଂସ୍କୃତିକ ମହୋତ୍ସବ ଉଦଯାପିତ

6

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର କୁଆଁସ ପିଲା ଗଣେଶ ପକ୍ଷରୁ ଦୁଇଦିନ ବ୍ୟାପୀ ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟା ରେ କମିଟି ର ଉପଦେଷ୍ଟା ସାମ୍ବାଦିକ ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ମାନିତ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠି, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ପ୍ରଦୀପ ନାୟକ, କମିଟି ର ସଭାପତି ସଂଜୀବ ଦାସ, ସମ୍ପାଦକ ପ୍ରଭାତ ମହାନ୍ତି କୋଷାଧ୍ୟ୍ୟକ୍ଷ ରାଜ କୁମାର, କାଉନସିଲର ଜ୍ୟୋତିର୍ମୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସୁଧା ସାଗର ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା କ୍ଷ କଣ୍ଠ ଶିଳ୍ପୀ ପଙ୍କଜ ଜାଲ, କରୁଣା କର ସେଠି ଓ ସାଥି ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ଡା ଧନଞ୍ଜୟ ପଣ୍ଡା, ଡା ଭାଗ୍ୟ ଶ୍ରୀ ପଣ୍ଡା, ସମାଜସେବୀ ଐଶକାନ୍ତ ମହାନ୍ତି, ସେବିକା ସବିତା ମହାନ୍ତି ଓ ସ୍ୱଚ୍ଛ ସାଥି ମନୋରମା ମାଝୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଂଶ ଗ୍ରହଣ କରିଥିବା କୁନି ନୃତ୍ୟଶିଳ୍ପୀ ଙ୍କୁ ପୁରସ୍କୃତ କରାଯାଇ ଥିଲା । ଅମରଜିତ ରାୟ, ଅବିନାଶ ପଟ୍ଟନାୟକ,ସୁରେନ୍ଦ୍ର ସେଠି, ରାଜୀବ ଦାସ,ଦେବରାଜ ବିଶ୍ୱାଳ, ସାର୍ଥକ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.