Home ଜିଲ୍ଲା ପରିକ୍ରମା ଲୁଣିଆ ଗୁଳିକାଣ୍ଡ ସ୍ମାରକୀ ୮୩ ତମ ଶହୀଦ ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ, ୨୦ରେ...

ଲୁଣିଆ ଗୁଳିକାଣ୍ଡ ସ୍ମାରକୀ ୮୩ ତମ ଶହୀଦ ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ, ୨୦ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

5

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଲୁଣିଆ ଗୁଳିକାଣ୍ଡର ସ୍ମୃତି ସ୍ମାରକୀ ୮୩ ତମ ଶହୀଦ ଦିବସ ଚଳିତ ସେପ୍େଟମ୍ବର ମାସ ୨୨ ତାରିଖ ଦିନ ଧାମନଗର ବ୍ଳକର ସହିଦ ନଗର ଠାରେ ପାଳନ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶହୀଦ ସ୍ମୃତି ରକ୍ଷା ସମିତିର ସଭାପତି ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଦେଶ ସ୍ୱାଧୀନତାରେ ରକ୍ତର ସ୍ୱାକ୍ଷର ଛାଡିଥିବା ଲୁଣିଆ ଗୁଳିକାଣ୍ଡର ଅମର ଶହୀଦଙ୍କ ବିରତ୍ୱର କଥା ଏବଂ ସଂଗ୍ରାମ ଓ ସଂଗ୍ରାମୀଙ୍କ ଇତିହାସ ବିଷୟରେ ଉତରପିଢି ଜାଣିବାର ଆବଶ୍ୟକତା ଥିବାରୁ ଏନେଇ ଜିଲ୍ଲାସ୍ତରରେ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ।ଶହୀଦ ଦିବସର ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଭବ୍ୟ କରାଯିବ ବୋଲି ସେ କହିଥିଲେ। ଶହୀଦ ସ୍ମୃତି ରକ୍ଷା କମିଟିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତା ଅଶୋକ ପୁହାଣ,ନାରାୟଣ ସାହୁ,ରଘୁନାଥ ଲେଙ୍କା,ମନୋରଞ୍ଜନ ମଲ୍ଲିକ,ଚତୃଭୂଜ ନାୟକ,ଦେବେନ୍ଦ୍ର ପୁହାଣ,ଜୟନ୍ତ ନାୟକ,ଅଜୟ ବଳ,ଅରବିନ୍ଦ ପତି,ସଞ୍ଜୀବ ବେହେରା,ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ସୂରଜ ସାହୁ,ମାନସ ଜେନା,ତୁଷାର ମିଶ୍ର,ସନ୍ତୋଷ ସାହୁ,ଅଭିମନ୍ୟୁ ନାୟକ,ସନ୍ତୋଷ ନାୟକ,ଜନାର୍ଦ୍ଦନ ହାଜରା,ପ୍ରଶାନ୍ତ ପତି,ଜୟ ପ୍ରକାଶ ମହାନ୍ତି,ଦେବାଶିଷ ନାୟକ,ହରିହର ବାରିକ,ସୁବାସ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିଷ୍ପତି ଅନୁସାରେ ଲୁଣିଆ ଗୁଳିକାଣ୍ଡ ଏବଂ ସ୍ୱାଧୀନତା ସଂଗ୍ରାମ ବିଷୟକୁ ନେଇ ଚଳିତ ମାସ ୨୦ ତାରିଖ ଦିନ ଭଦ୍ରକ ଜିଲ୍ଲାର ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବକ୍ତୃତା,ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାଧାରଣ ସମ୍ପାଦକ ଗୟାଧର ନାୟକ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.