Home ଜିଲ୍ଲା ପରିକ୍ରମା ସଂସ୍କୃତି ସଂଗଠକ ନିରଞ୍ଜନ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା

ସଂସ୍କୃତି ସଂଗଠକ ନିରଞ୍ଜନ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା

6

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ସମାଜରେ ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ପେଶା ଏକ ପ୍ରକାର ଓ ନିଶା ଏକ ପ୍ରକାର ହୋଇଥାଏ । ସେମାନେ ଜୀବନ ଜିବୀକାକୁ ଅଧିକ ଗୁରୁତ୍ୱ ନଦେଇ ଅନ୍ତର୍ନିହିତ ନିଶାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେହିଭଳି ନିଜର ପେଶା ଓ ନିଶାକୁ ଏକାକାର କରି ଦେଇଥିଲେ ନିରଞ୍ଜନ ପଣ୍ଡା । ବାଲେଶ୍ୱର ଜିଲ୍ଲା କୃଷି ବିଭାଗରୁ ଅବ୍ୟାହତି ନେଲାପରେ ନିଜ ସହଯୋଗରେ ଗଠନ କରିଥିବା ଭଦ୍ରକ ଜିଲ୍ଲାର ଏକ ଅଗ୍ରଣୀ ସଂଗୀତ ମହାବିଦ୍ୟାଳୟ । ଭଦ୍ରକ ନୃତ୍ୟ ସଂଗୀତ ପରିଷଦର ସମ୍ପାଦକ ଥିଲେ ଏବଂ ଜଣେ ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଭାବରେ ସମଗ୍ର ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ଅପର୍ତିବିନ୍ଧା ବାସଭବନ ନିକଟରେ ଭଦ୍ରକ ନୃତ୍ୟ ସଂଗୀତ ପରିଷଦର ଅଧ୍ୟକ୍ଷ ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମାନପ୍ରାପ୍ତ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ୍‌ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମଂଚ କଳାକାର କାଳନ୍ଦୀ ମଲିକ ମଂଚ ପରିଚାଳନା କରିଥିବା ବେଳେ ବେଦପାଠ କରିଥିଲେ ପଣ୍ଡିତ ଘନଶ୍ୟାମ ଲେଙ୍କା । କାର୍ଯ୍ୟକ୍ରମଟିକୁ ସଂଗୀତ ମହାବିଦ୍ୟାଳୟର ସଭାପତି ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଉଦ୍‌ଘାଟନ କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ଗୌରାଙ୍ଗ ବାରିକ୍‌, ବ୍ଲକ କଳା ସଂସ୍କୃତି ସଂଗଠନ ଉପସଭାପତି ପ୍ରଶାନ୍ତ ବେହେରା, ପଂଚାନନ ବେହେରା, ରବିନ୍ଦ୍ର ଜେନା,ନୃତ୍ୟ ନିର୍ଦ୍ଦେଶିକା ସ୍ୱାଗତିକା ରାଉତ, ବ୍ୟଙ୍ଗ କବି ବିଜୟ ବହଳି, ଶିଳ୍ପୀ ବିଜୟ ମହାନ୍ତି, ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ ଡ଼. କେଶବ ଯେନା, ସମ୍ପାଦକ ରାମନାରାୟଣ ମହାନ୍ତି, ଶିଳ୍ପୀ ନିମାନନ୍ଦ ସାହୁ, ଆଇନ୍‌ଜୀବୀ ସନ୍ତୋଷ ଦାସ, ସେବାନିବୃତ ପୋଳିସ ଅଧିକାରୀ ରମେଶ ଦାସ, ବ୍ୟାଙ୍କ ଅଧିକାରୀ ଗଦାଧର ପଣ୍ଡା, ତାପସ ନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶଥାଉକି ସ୍ୱର୍ଗତ ପଣ୍ଡା ଜଣେ ବରିଷ୍ଠ କଣ୍ଠ ଶିଳ୍ପୀ ସହିତ ଜଣେ କଳା ସଂଗଠକ ଭାବରେ ବେଶ୍ ସୁନମ ଅର୍ଜନ କରିଥିବା କାରଣ ସ୍ମୃତି ସଭା ସହିତ ଏକ ସଂଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଂଗୀତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଅନୁଷ୍ଠାନର ଗୁରୁ ମହନ୍ତ ଆଶିଷ ଦେବ ଗୋସ୍ୱାମୀ ଓ ଗୁରୁ ସୁରେନ୍ଦ୍ର ଗାହାଣ । ସ୍ୱର୍ଗତ ପଣ୍ଡାଙ୍କର ପ୍ରିୟଛାତ୍ରୀ କଣ୍ଠଶିଳ୍ପୀ ଟୁନାବାଳା ଦାସ, ସୋନାଲି ଦାସ, ଜିତନ ପଣ୍ଡା, ପୋଲିସ୍ ଅଧିକାରୀ ଚିତରଞ୍ଜନ ଜେନା, ପ୍ରିୟବ୍ରତ ପଣ୍ଡା, ଗାୟକ ରଘୁନାଥ ବାରିକ ପ୍ରମୁଖ ଭକ୍ତି ଓ ଶରୀମାର୍ଥ ଆଧାରିତ ସଂଗୀତ ପରିବେଷଣ କରିଥିଲେ । ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ ସ୍ୱର୍ଗତ ପଣ୍ଡାଙ୍କର ଜାମାତା ଦୀଲ୍ଲିପ୍ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.