Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେତାଳିଗାଁ ରେ ନିଶା ନିବାରଣ ସଚେତନତା କାର୍ଯକ୍ରମ

ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେତାଳିଗାଁ ରେ ନିଶା ନିବାରଣ ସଚେତନତା କାର୍ଯକ୍ରମ

33

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ନିଶା ରୂପୀ ରାକ୍ଷସ ର କରାଳ ଛାୟା ରେ ଆଜି ଯୁବ ସମାଜ ପଥ ଭ୍ରଷ୍ଟ। ଜନ ସାଧାରଣ ଭୟଭୀତ। ହତ୍ୟା ଲୁଣ୍ଠନ ଓ ବ୍ୟଭିଚାର ବୃଦ୍ଧିରେ ସହାୟକ। ଏହାର ମାରାତ୍ମକ ତା ଓ କିପରି ଣାମ ବିଷୟରେ ଏକ ସଚେତନତା କାର୍ଯକ୍ରମ ଆଖଣ୍ଡଳମଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ର ମିଳିତ ସହଯୋଗରେ ବିଦ୍ୟାଳୟର ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ନିହାର ରଞ୍ଜନ କର , ଜାତୀୟ ସେବା ସଂସ୍ଥା ର ପରିଚାଳକ ଅଧ୍ୟାପିକା ପଦ୍ମିନୀ ନାୟକ ଓ ସମସ୍ତ୍ ଛାତ୍ର ଛାତ୍ରୀ ଓ ସମସ୍ଥ ଅତିଥି ମାନଙ୍କ ଗହଣରେ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ଅମର କୁମାର ପାଣିଗ୍ରାହୀ ନିଶା ନିବାରଣ ସଚେତନତା କାର୍ଯକ୍ରମ କୁ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନିହାର ରଞ୍ଜନ କର ଉପରୋକ୍ତ ସମାଜ ସଂସ୍କାରକ କର୍ମଶାଳା ରେ ସଭାପତିତ୍ୱ କରିବା ସଙ୍ଗେ ସଙ୍ଗେ ସଂଯୋଜନା କରିଥିଲେ। ଭଦ୍ରକ ଶୁୟଂ ଶାସିତ ମହାବିଦୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ଼ ରାମଚଂଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ, ଗୟାଧର ପଣ୍ଡା ମୁଖ୍ୟ ବକ୍ତା ଭାବେ, ଉପସଭାପତି ନାରାୟଣ ପାଢ଼ୀ ଓ ନିକୁଞ୍ଜ କିଶୋର ଜେନା ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନିଶା ପାନ ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ତା ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ଗୁଟଖା ମଦ ଓ ଡ୍ରଗ ର ଅପକାରିତା ବିଷୟରେ ସମଗ୍ର ଜିଲ୍ଲାରେ ସଚେତନତା କାର୍ଯକ୍ରମ କରାଉଥିବା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱ ଅମର କୁମାର ପାଣିଗ୍ରାହୀ ଭିଡିଓ ଓ ସ୍ମାର୍ଟ ବୋର୍ଡ ମାଧ୍ୟମରେ ବୈଜ୍ଞାନିକ ଚିତ୍ର ଓ ତଥ୍ୟ ସହ ଛାତ୍ର ଛାତ୍ରୀ ମାନଙ୍କୁ ମଦ ତଥା ସମସ୍ତ ନିଶାର ପ୍ରଭାବ ହୃଦୟ ଶରୀର,ମସ୍ତିଷ୍କ ଓ ଅଙ୍ଗପ୍ରତ୍ୟଙ୍ଗ ଗୁଡିକୁ କିପରି ଆକ୍ରାନ୍ତ କରୁଅଛି , ତତସଙ୍ଗେ ସଂଗେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଜ୍ଞାନ ପ୍ରଦାନ କରି ଥିଲେ। ସୋମନାଥ ମଲିକ, ମନମୋହନ ତ୍ରୀପାଠୀ ସୂର୍ଯ୍ୟକାନ୍ତ ଦାସ, ଗାୟତ୍ରୀ ମହାନ୍ତି ପ୍ରୀୟଦ୍ୱିପ ପରିଡ଼ା, ଇପଶିତା ବେହେରା, ପ୍ରିୟଙ୍କା ପ୍ରିୟ ଦର୍ଷିନୀ, କଳ୍ପନା ଜେନା ଚନ୍ଦନ ମଲିକ ଓ ଆଶା ଲତା ବିଶ୍ୱାଳ ଅଧ୍ୟାପକ ଓ ଅଧ୍ୟାପିକା ମାନେ କାର୍ଯ କ୍ରମ ର ସୁପରିଚାଳନା ଓ ଶୃଙ୍ଖଳା ରକ୍ଷା ର ସୁ ପରିଚାଳନା କରିଥିଲେ। ଶେଷରେ ଅମର କୁମାର ପାଣିଗ୍ରାହୀ ନିଶା ବର୍ଜନ କରିବାକୁ ସମସ୍ତ ଛାତ୍ର ଛାତ୍ରୀ ଅତିଥି ଓ ଶିକ୍ଷକ ମାନଙ୍କୁ ଶପଥ ପାଠ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.