Home ଜିଲ୍ଲା ପରିକ୍ରମା ବିଦ୍ୟାଳୟରେ ଅଭିଭାବକ ପଶି ୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ-...

ବିଦ୍ୟାଳୟରେ ଅଭିଭାବକ ପଶି ୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ- ପ୍ରଧାନଶିକ୍ଷକ

23

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଜଳେଶ୍ୱର ପୁର ପଂଚାୟତରେ ଥିବା ପାଂଚମୁକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅଭିଭାବକ ବିଦ୍ୟାଳୟକୁ ପଶି ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରକୁ ମାଡ ମାରିଥିବା ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟର ଆର୍ଜମାନ ଦାସ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତ ଶନିବାର ଦିନ ସେହି ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରଙ୍କ ଅଭିଭାବକ ଧର୍ମଜିତ ଜତି ଆସି ଆର୍ଜମାନ ଦାସଙ୍କୁ ମାଡ ମାରିଥିଲେ। ସେହି ସମୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତି ନଥିବା ବେଳେ ଅନ୍ୟ ଶିକ୍ଷକ ମାନେ ସଂପୃକ୍ତ ଯୁବକ ବିଦ୍ୟାଳୟ ମଧ୍ୟକୁ ମୋଟରସାଇକେଲରେ ଆସୁଥିବା ଦୃଶ୍ୟ ସିସିଟିଭି କ୍ୟାମରାରେ କୟଦ ହୋଇଛି ବୋଲି ସଂପୃକ୍ତ ପ୍ରଧାନ ଶିକ୍ଷକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ସଂପୃକ୍ତ ଯୁବକ କେଉଁ କାରଣ ପାଇଁ ଆର୍ଜମାନ ଦାସକୁ ମାଡ ମାରିଲେ ତାହାର କାରଣ ଅସ୍ପଷ୍ଟ। କେଉଁ ପରିସ୍ଥିତିରେ ସଂପୃକ୍ତ ଯୁବକଙ୍କ ପୁତୁରା ସେହି ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଛୋଟ ଛୋଟ ଛୁଆଙ୍କ କଥାକୁ ନେଇ ସଂପୃକ୍ତ ଯୁବକ ଉତ୍ୟକ୍ତ ହୋଇ ବିଦ୍ୟାଳୟର କ୍ଲାସ ଚାଲିଥିବା ବେଳେ ସଂପୃକ୍ତ ୬ଷ୍ଠ ଶ୍ରେଣୀର ଛାତ୍ରକୁ ବିଦ୍ୟାଳୟ ବାରଣ୍ଡାରେ ମାଡ ମାରିଲେ ସେ ନେଇ ତଦନ୍ତ ହେବା ଜରୁରୀ ହୋଇ ପଡିଛି। ଅନ୍ୟ ପକ୍ଷରେ ସଂପୃକ୍ତ ଛାତ୍ରର ମା ସୁଚରିତା ଦାସ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଂଶଡା ଥାନା ପକ୍ଷରୁ ସିସିଟିଭି ଫୁଟେଜ ଯାଂଚ ମଧ୍ୟ କରାଯାଇଛି ଏବଂ ସଂପୃକ୍ତ ଛାତ୍ର ପାଖରୁ ମଧ୍ୟ ବୟାନ ନିଆଯାଇଛି। ଅନ୍ୟ ପକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା ଏହି କଥାକୁ ନେଇ କୌଣସି ଲିଖିତ ଅଭିଯୋଗ କରି ନଥିବା ବେଳେ କେଉଁ ପରିସ୍ଥିତିରେ ଦଣ୍ଡମୁକ୍ତ ଅଂଚଳରେ ଛୋଟ ଛୋଟ କଥାକୁ ନେଇ ଅଭିଭାବକ ମାନେ ଆସି ବିଦ୍ୟାଳୟ ମଧ୍ୟରେ ଦାଦାଗିରୀ ଦେଖାଇଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ତୁରନ୍ତ ସଂପୃକ୍ତ ଛାତ୍ରକୁ ନ୍ୟାୟ ନ ମିଳିଲେ ଛାତ୍ରଙ୍କ ପରିବାର ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଛାତ୍ରଙ୍କ ମା ସୁଚରିତା ଦାସ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ନିଜ ପ୍ରତିକ୍ରିୟା ରେ କହିଛନ୍ତି ପୁଲିସ ତଦନ୍ତ ସରିବା ପରେ ପ୍ରଶାସନ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମେ ତାହା ମାନିବାକୁ ରାଜି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.