Home ଜିଲ୍ଲା ପରିକ୍ରମା ସ୍ୱୟଂ ସହାୟକ ଗୋଷ୍ଠିର ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ

ସ୍ୱୟଂ ସହାୟକ ଗୋଷ୍ଠିର ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ

21
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ କରଦା ପଂଚାୟତ ମାଳସାହି ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଆକାଉଂଟ ରୁ ପ୍ରାୟ ୨ ଲକ୍ଷ ଟଙ୍କା ହଡ଼ପ ହୋଇଛି। ଗୋଷ୍ଠୀର ସଭାନେତ୍ରୀ ସୁନି ଲତା ସାହୁ ଏହି ଟଙ୍କା ଉଠାଇ ନେଇଛନ୍ତି ବୋଲି ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ ଏଚ ଜି ର ସମ୍ପାଦିକା ଅମ୍ବିକା ସାହୁ, ସଦସ୍ୟା ବିଷ୍ଣୁପ୍ରିୟା ସାହୁ, ଦୁର୍ଗାବତୀ ସାହୁ, ପ୍ରଣତି କର, ସାରଥୀ ସାହୁ, ଶ୍ରଦ୍ଧା କର, ପ୍ରତିମା ସାହୁ ଓ ପୂଜାରାଣୀ ସାହୁ ଏନେଇ ଧାମନଗର ଥାନାରେ ଏତଲା ଦେଇଛନ୍ତି। ଏଏସ୍‌ଆଇ ଲରେନ୍ସ କୁଜୁର ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଥାଉକି ୨୦୨୧ ରେ ସଭାନେତ୍ରୀ ସୁନିଲତା ସାହୁ ଗ୍ରୁପ ଜମା ଖାତା ରୁ ଟଙ୍କା ଉଠାଇ ନେଇ ଥିବାର ଗ୍ରୁପ ର ଅନ୍ୟ ସଦସ୍ୟା ମାନେ ଅଭିଯୋଗ କରିଥିଲେ। । ସୂଚନା ଥାଉକି ,୨୦୧୮ ମସିହା ରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲା। ଧାମନଗର ୟୁକୋ ବ୍ୟାଙ୍କରେ ସେମାନଙ୍କ ଆକାଉଂଟ ଖୋଲା ହୋଇଥିଲା। ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଏସଏଚଜିଗୁଡ଼ିକୁ ସରକାର ଛୋଟ ମୋଟ ଅନୁଦାନ ଦେଇଥାନ୍ତି। କେତେବେଳେ ପିଠା ପଇସା ତ କେତେବେଳେ କରୋନା ଟଙ୍କା। ଏସବୁକୁ ମିଶାଇ ଗୋଷ୍ଠୀ ଆକାଉଂଟରେ ପ୍ରାୟ ୩ ଲକ୍ଷ ଟଙ୍କା ରହିଥିଲା। ।ଏବେ ସଦସ୍ୟା ଚେକ୍ କରିଥିଲେ। ଆଉ ଜାଣିବାକୁ ପାଇଲେ ଯେ, ତାଙ୍କ ଆକାଉଂଟ ରୁ ଥରକୁ ଥର ମିଶାଇ ମୋଟ୍ ୨ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି। ସୁନିଲତା ନିଜେ ନିଜେ ବ୍ୟାଙ୍କ ଯାଇ ଏକା ଏକା ଟଙ୍କା ଉଠାଇଛନ୍ତି। ଚେକରେ ନିଜେ ଦସ୍ତଖତ କରିବା ସହ ସମ୍ପାଦିକା କିମ୍ବା ସଦସ୍ୟାଙ୍କ ଦସ୍ତଖତ ଜାଲ କରି ଟଙ୍କା ଉଠାଇଛନ୍ତି । ସେପଟେ ସଭାନେତ୍ରୀ ସୁନୀତା କହିଛନ୍ତି ଯେ ଅଭିଯୋଗ ର କୌଣସି ସତ୍ୟତା ନାହିଁ ଏହା ଭିତିହିନ। ଆକ୍ରୋଶ ମୂଳକ ଭାବରେ ମୋତେ ବଦନାମ କରିବା ପାଇଁ ଚକ୍ରାନ୍ତ କରା ଯାଇଛି। ବ୍ୟାଙ୍କ ରେ ଯେଉଁ ଟଙ୍କା ଉଠିଛି ସମସ୍ତ ଙ୍କ ଜଣାନ୍ତ ରେ ଟଙ୍କା ଉଠା ଯାଇଚି ବୋଲି ସେ କହିଛନ୍ତି।ଅପର ପକ୍ଷେ ସମସ୍ତ ତଦନ୍ତ କୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ସଭାନେତ୍ରୀ ତାଂକ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.