ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପାଦକ ଋତୁରାଜଙ୍କ ମାନସ ସନ୍ତାନ ସମ୍ଭାବନା ସାହିତ୍ୟ ସଂସଦର ପଥପ୍ରାନ୍ତ କବିତା ଆସର ଚା କପରେ କବିତା ଝଡ଼ ପ୍ର, ଡ଼, ଅଟଳବିହାରୀ ନାୟକ ଙ୍କ ସଭାପତିତ୍ୱରେ ମୁଖ୍ୟ ଡାକଘର ଛକ ନିକଟ ଋତୁରାଜ ଟି ଷ୍ଟଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅସାରଟିକୁ ଆଡ଼ଭୋକେଟ ଅତିଶ ବେହେରା ସଂଚାଳନା କରିଥିବାବେଳେ ବହୁ କବି ଓ କବୟିତ୍ରୀ ଯଥା ପ୍ରୀତିଲତା ପଣ୍ଡା, ସରୋଜିନୀ ନାୟକ, ଶ୍ରଦ୍ଧାଞ୍ଜଳୀମିଶ୍ର, କ୍ୟାପଟେନ ଓଁଙ୍କାର, ବିଜୟ ବହଳି,ବସନ୍ତ ପାତ୍ର, ରାଖାଲଚନ୍ଦ୍ର ସ୍ୱାଇଁ,ରମେଶ ଦାସ, ତପନ ମିଶ୍ର, କୈଳାଶ ଦାସ ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିବାବେଳେ ପ୍ର ଡ଼ ସୂଦର୍ଶନ ବାରିକ ପଥପ୍ରାନ୍ତ ସାହିତ୍ୟ ଏକ ସୁଦୂର ପ୍ରସାରି ପ୍ରୟାସ ଓଡ଼ିଆ ଭାଷା ସାହିତ୍ୟକୁ ଉଜୀବିତ ରଖିବ। ଇଂରାଜୀ ପ୍ରାଧାପକ କିଶୋର ପାଣିଗ୍ରାହୀ ପଥପ୍ରାନ୍ତ ସାହିତ୍ୟ ଏକ ନୂତନ ପ୍ରୟାସ ନୂତନ ପିଢ଼ିର କବି କବୟିତ୍ରୀ ମାନଙ୍କୁ ସୁଯୋଗ ଦେବାରେ ମାଧ୍ୟମ ବୋଲି ମତ ରଖିଥିଲେ। ଶେଷରେ କବି ବିଜୟ ଜେନା ଧନ୍ୟବାଦ ଅର୍ପଣ କରି ଆସରଟିକୁ ସାଙ୍ଗ କରିଥିଲେ।








