Home ଜିଲ୍ଲା ପରିକ୍ରମା ଧାମରାରେ ଏକ ପେଡ ମା’ କେ ନାମ ଅଭିଯାନରେ ସାମିଲ ହେଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

ଧାମରାରେ ଏକ ପେଡ ମା’ କେ ନାମ ଅଭିଯାନରେ ସାମିଲ ହେଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

13

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ପେଡ ମା କେ ନାମ ଅଭିଯାନରେ ସାମିଲ ହୋଇଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଆଜି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ପ୍ରିୟଦର୍ଶନୀ ଧାମରାରେ ଆସି ପହଂଚିବା ପରେ ଧାମରାଇ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ଧାମରାଇ ମନ୍ଦିର ପଡିଆରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ସାମିଲ ହେଇ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜ୍ୟ ସରକାର ଏବଂ ଜଙ୍ଗଲ ,ପରିବେଶ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ସାରା ରାଜ୍ୟରେ ନୁହେଁ ସାରା ଭାରତ ବର୍ଷରେ ଚାରା ରୋପଣ ରେ ସମସ୍ତ ଜନସାଧାରଣ ଭାଗୀଦାର ରହିବାର ଆବଶ୍ୟକତା ଅଛି ଏବଂ ଏହାକୁ ବ୍ୟାପକ କରିପାରିଲେ ଆଗାମୀ ଦିନରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ମତପ୍ରକାଶ ପାଇଥିଲା। ଆଜିର ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ବୃକ୍ଷପ୍ରେମୀ ଶରତ ଦଳେଇ ,ବିଜୟ ସାହୁ, ସୁକଦେବ ଜେନା, ମାୟାଧର ପରିଡା, ପ୍ରଭାକର ସାହୁ, ଖଗେଶ୍ୱର ମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.