ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଗଭର୍ନମେଂଟ କଲେଜ ଟିଚର୍ସ’ ଆସୋସିଏସନ୍ (ଓଜିସିଟିଏ) ର ୨୦୨୫-୨୭ ଅବଧି ପାଇଁ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କ ନିର୍ବାଚନ ସମଗ୍ର ରାଜ୍ୟର ୭୬ଟି ସରକାରୀ କଲେଜ ବା ବୁଥ୍ ଗୁଡିକରେ ୪ ସେପ୍ଟେମ୍ବର ୨୦୨୫ ତାରିଖରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ରେ ୨୦୦୦ରୁ ଅଧିକ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ର ଫଳାଫଳ ୧୨ ସେପ୍େଟମ୍ବର ୨୦୨୫ରେ ଘୋଷଣା କରାଯାଇଛି । ଡ: ବିରଜାଶଙ୍କର ପଟ୍ଟନାୟକ ସଭାପତି , ଡ: ରତନ ଆଚାର୍ଯ୍ୟ ଉପସଭାପତି ,ଡ: ସଞ୍ଜୟ କୁମାର ଦତ ସାଧାରଣ ସମ୍ପାଦକ , ଡ: ଜ୍ଞାନ ରଞ୍ଜନ ଦାସ ସଂଯୁକ୍ତ ସମ୍ପାଦକ ଓ ଅରବିନ୍ଦ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ, କେନ୍ଦ୍ରୀୟ ପରିଷଦ ସଦସ୍ୟ, ମଣ୍ଡଳୀୟ ଉପାଧ୍ୟକ୍ଷ ଓ ମଣ୍ଡଳୀୟ ସଚିବ ପାଇଁ ୯ ଜଣ ସଦସ୍ୟ ଯଥା ବିନୋଦ କୁମାର ମଲ୍ଲିକ ,ମିଳୀମିତା ପାଢ଼ୀ , ବିଭୁଦତ ବେହେରା ,କବିରାଜ ବେହେରା ,ସୂର୍ଯ୍ୟକାନ୍ତ ନାୟକ ,ଦୀପକ ମହାନ୍ତି, ନରେନ୍ଦ୍ର ନାଥ ନାୟକ , ସ୍ୱପ୍ନା ,ସରିତା ମହାପାତ୍ର ଓ ସନ୍ତୋଷ ବେହେରା ନିର୍ବାଚିତ ହୋଇଛନ୍ତି । ନୂତନ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କର ଶପଥ ଗ୍ରହଣ ୧୪ ସେପ୍େଟମ୍ବର ୨୦୨୫ରେ ଭୁବନେଶ୍ୱରର ଗୀତଗୋବିନ୍ଦ ସଦନର ଅଡିଟୋରିଅମ୍ ହଲରେ ଆୟୋଜିତ ହୋଇଯାଇଛି। ଏହି ଶପଥ ସମାରୋହ ରେ ପୂର୍ବତନ ସମ୍ପାଦକ ନାରାୟଣ ମହାନ୍ତି ଓ ଦେବାଶିଷ ମହାନ୍ତି ,ପୂର୍ବତନ ସଭାପତି ଡ: ପ୍ରଣତି ଦାସ ଓ ଡ: ମାନସ ବେହେରା ଏବଂ ଏଫଏମ୍ କଲେଜ ର ଅଧକ୍ଷ ଡ଼: ଦିନେଶ ଚନ୍ଦ୍ର ଦାସ ଉପସ୍ଥିତ ରହି ନବନିର୍ବାଚିତ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହିତ ମାର୍ଗଦର୍ଶନ କରିଥିଲେ। ସଭା ପରିଚାଳନା କରିଥିଲେ ଡ଼: ସୁବ୍ରତ ସାମଲ, ଶପଥ ପାଠ କରିଥିଲେ ଡ଼:ବିଶ୍ୱଜିତ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ଼: ପଦ୍ମନାଭ ପତ୍ରୀ । ସଂଗଠନର ସଂବିଧାନ ଅନୁସାରେ ଏହି ନିର୍ବାଚିତ ଦଳ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ । ୧୯୪୬ ରୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱୀକୃତିପ୍ରାପ୍ତ ଓଜିସିଟିଏ, ଓଡ଼ିଶାର ସରକାରୀ କଲେଜ ଶିକ୍ଷକମାନଙ୍କ ପ୍ରତିନିଧି ସଂଗଠନ ଭାବେ ପରିଚିତ। ଏହି ସଂଗଠନ ସରକାରୀ କଲେଜ ଶିକ୍ଷକମାନଙ୍କର ହିତସୁରକ୍ଷା କରିବା ସହିତ ରାଜ୍ୟର ଶିକ୍ଷାଗତ ଉନ୍ନୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି।








