Home ଜିଲ୍ଲା ପରିକ୍ରମା ବୈତରଣୀ ସରକାରି ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ

ବୈତରଣୀ ସରକାରି ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ

12

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ବାଲିପଡ଼ା ସ୍ଥିତ ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖା ଦେଇଚି । ୧୯୬୨ ମସିହାରେ ସ୍ଥାପିତ ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଶିଶୁ ବାଟିକା ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଚଳିତ ବର୍ଷ ବିଦ୍ୟାଳୟରେ ମୋଟ ୨୫୩ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। ଏହି ବିଦ୍ୟାଳୟଟି ଯୁକ୍ତ ୨ ର ମାନ୍ୟତା ପାଇଛି। ହେଲେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଯୋଗୁଁ ପାଠ ପଡ଼ା ରେ ବ୍ୟାଘାତ ଘଟୁଛି।ବିଦ୍ୟାଳୟରେ ହିନ୍ଦୀ, ବିଜ୍ଞାନ ଓ ଖେଳ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି ଯାହାକି ଛାତ୍ର ଛାତ୍ରୀ ମାନେ ପାଠ ପଡ଼ା ରେ ଘୋର ଅସୁବିଧା ଦେଖା ଦେଇଚି।ସେହିପରି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ନିୟମାବଳି ହିସାବରେ ଖାଦ୍ୟ ପ୍ରସ୍ତୁତ କରାନଯାଇ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପିଲାଙ୍କୁ ପ୍ରଦାନ କରାଯାଉଛି । ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଧିକାଂଶ ସମୟରେ ଚିକେନ ଓ ମାଛ ରୋସେଇ କରି ଖାଉଛନ୍ତି ବୋଲି ଗ୍ରାମର ଅଭିଭାବକ ତଥା ଗ୍ରାମବାସି ତୁଷାର ପଲାଇ, ରଞ୍ଜନ ଜେନା, ରଞ୍ଜିତ ସାହୁ, ସମ୍ରାଟ ଦାସ, ସତ୍ୟପ୍ରିୟ ଦାସ, ସଂଜିତ ପଲାଇ, ଧନେଶ୍ୱର ଜେନା, ସୁକାନ୍ତ ଦାସ, ଅଭିନାସ ପଳାଇ, ଅମରଜିତ ପଲାଇ, ଖଗେଶ୍ୱର ଜେନା ପ୍ରମୁଖ ଅଭିଯୋଗ କରିଥିଲେ ।ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଯୋଗୁଁ ପାଠ ପଡ଼ା ରେ ବ୍ୟାଘାତ ଘଟୁଛି। ମଧ୍ୟାହ୍ନ ଭୋଜନ ସମୟରେ ମାଛ ମାଂସ କରା ଯାଉଥିବା ପ୍ରଧାନଶିକ୍ଷକ ସହଦେବ ଯେନା ଅସ୍ୱିକାର କରିଚନ୍ତି।ବିଦ୍ୟାଳୟ ପାଖା ପାଖି ରେ କୌଣସି ହୋଟେଲ ନଥିବା ବେଳେ ଷ୍ଟାପ ମାନେ ଖାଇବାରେ ଅସୁବିଧା ହେଉଛି ଯଦି ଏପରି ଘଟଣା ଘଟିଛି ତେବେ ପରବର୍ତୀ ସମୟରେ ସେମାନଙ୍କୁ ସଚେତନ କରାଇ ଦେବାକୁ ପ୍ରଧାନ ଶିକ୍ଷକ ଶ୍ରୀ ଯେନା ତାଙ୍କ ପ୍ରତିକ୍ରିୟାରେ ରେ ପ୍ରକାଶ କରିଛନ୍ତି।ନିକଟରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଉକ୍ତ ବିଦ୍ୟାଳୟ ରେ +୨ ଖୋଲୁ ଥିବାରୁ ବିଦ୍ୟାଳୟ ର ସୈଖିକ ବାତାବରଣ ଯେମିତି ଭଲ ରୁହେ ସେ ଦିଗରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଯେନା ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.