Home ଜିଲ୍ଲା ପରିକ୍ରମା ଧାମନଗର କଲେଜରେ ପି.ଏମ୍‌. ଉଷା ତରଫରୁ ଆଲୋଚନା ଚକ୍ର

ଧାମନଗର କଲେଜରେ ପି.ଏମ୍‌. ଉଷା ତରଫରୁ ଆଲୋଚନା ଚକ୍ର

7

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶୀର୍ଷକ , ନିୟମ ଠାରୁ ସାଧନା ,ନୂତନ ଶିକ୍ଷାନୀତି ୨୦୨୦” ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କଲେଜ ବିକାଶ ପରିଷଦ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ଅଗ୍ରୱାଲା, ଆକଡେମିକ୍ କନସଲଟାଂଟ ପ୍ର. ତୁଷାରକାନ୍ତି ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଉପସ୍ଥିତ ରେ ଜୁଲାଇ ୨୯ ତାରିଖରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ‘ଜାତୀୟ ଶିକ୍ଷା ନୀତି-୨୦୨୦’ରେ ନୂଆ ନୀତିରେ ଶିକ୍ଷା ଓ ଉଚ୍ଚଶିକ୍ଷାର ପାଠ୍ୟକ୍ରମ, ପରୀକ୍ଷା ପ୍ରଣାଳୀରେ ହୋଇଥିବା ନୂତନ ବ୍ୟାପକ ପରିବର୍ତନ ସମ୍ପର୍କରେ ଉପଯୁକ୍ତ ମାର୍ଗଦର୍ଶନ କରିଥିଲେ । ଉକ୍ତ ସଭାରେ ନିର୍ଦ୍ଦେଶକ ଓ ଆକଡେମିକ୍ କନସଲଟାଂଟ ଯୋଗଦେଇ ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ହୃଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ନିର୍ଦ୍ଦେଶକ ଓ ଆକାଡେମିକ୍ କନସଲଟାଂଟ ମହାବିଦ୍ୟାଳୟର ପାଠାଗାର, ବିଜ୍ଞାନଗାର ଏବଂ ଅନ୍ୟାନ୍ୟ ଶ୍ରେଣୀ ପ୍ରକୋଷ୍ଠ ପରିଦର୍ଶନ କରିବା ପରେ ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କୁ ନେଇ ମହାବିଦ୍ୟାଳୟର ସର୍ବାଙ୍ଗ ଉନ୍ନତି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ କାର୍ଯ୍ୟକ୍ରମର ବିଷୟ ଆଭିମୁଖ ପ୍ରଦାନ , ଅଧ୍ୟାପିକା ସ୍ୱାଗତିକା ରାୟ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ, ଡ. ସାଜିଆ ତମକୀନ୍ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପିକା ବାସ୍ତବିକା ଦାସ ମଂଚ ସଂଚାଳନ ଓ ଅଧ୍ୟାପକ ଆଶୀର୍ବାଦ ମହାନ୍ତି ପ୍ରଶ୍ନୋତର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। । ଏହି ସଭାରେ ଧାମନଗର ମହାବିଦ୍ୟାଳୟ ସମେତ ଆଠଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଆଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଅଧ୍ୟାପକ ସତ୍ୟନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.