Home ଜିଲ୍ଲା ପରିକ୍ରମା କାଦବରାଙ୍ଗରେ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କାଦବରାଙ୍ଗରେ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

5
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଆସ ସ୍କୁଲ୍ ଯିବା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ହାତରେ ବ୍ୟାନର ଓ ପ୍ଲାକ କାର୍ଡ ଧରି ଶତାଧିକ ଛାତ୍ରଛାତ୍ରୀ ପଦଯାତ୍ରାରେ ଯାଇ ବଜାର ପରିକ୍ରମା କରିଥିଲେ । ଅଧାରୁ ପାଠ ଛାଡୁଥୁବା,ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ତ୍ରୋତରେ ସାମିଲ୍ କରିବା ନେଇ ସଚେତନତାର ବାର୍ତା ଦିଆ ଯାଇଥିଲା । ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୂର୍ବତନ ସରପଚଂ ଭାଗିରଥି ସେଠୀ,ଆଲୁମୁନି କମିଟି ସଭାପତି ସୁବଳକାନ୍ତ ପଣ୍ଡା, ସଭ୍ୟ ଭଗବାନ ଗିରି,ଶିକ୍ଷାବିତ୍ ତପନ ମଜୁମ୍‌ଦାର ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ଥିଲେ । ପରେ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏହି ବିଦ୍ୟାଳୟର ଲିଲି ପରିଡା, ରିଆ ରାଉଳ, ଲୋପାମୁଦ୍ରା ସ୍ୱାଇଁ ଓ କାଦବରାଙ୍ଗ କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ପଲାଇଙ୍କୁ ଉତରୀୟ, ମାନପତ୍ର ଓ ସଂବେଗ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ସମ୍ବର୍ଦ୍ଧନା ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସମ୍ବର୍ଦ୍ଧନାର ଉତରରେ କହିଥିଲେ । କାର୍ଯ୍ୟକ୍ରମକୁ ଅମୃତଲାଲ୍ ମହାନ୍ତି, ଗାୟତ୍ରୀ ଜେନା, ଜସ୍ମିନ୍ ରାଉତ୍‌, ରିତାରାଣୀ ରାଉତ୍‌, ମାନସ କୁମାର ଭୂୟାଁ, ସୁରେଶ କୁମାର ସିଂ,ଆଶିଷ୍ କୁମାର ବିଶ୍ୱାଳ, ଜ୍ୟୋତିରଞ୍ଜନ ପଣ୍ଡା,ବିଶ୍ୱରଞ୍ଜନ ସାମଲ୍‌, ସରୋଜ ବେହେରା,ଭାସ୍ୱତୀ ଜେନା, ଅନୁରାଧା ପାଣିଗ୍ରାହୀ,ଶକୁନ୍ତଳା ରାଉତ, ଶୁଭଶ୍ରୀ ମଲ୍ଲିକ୍‌, ସ୍ୱପ୍ନା ଗୁପ୍ତା, ଶୁଭଶ୍ରୀ ପଣ୍ଡା, ସଙ୍ଗୀତା ବେହେରା, ନବନିତା ନନ୍ଦୀ, ସସ୍ମିତା ପାଣିଗ୍ରାହୀ, ମିର୍ ଆବାସ୍‌, ସ୍ୱପ୍ନାଲିକା ସୂତାର, ପ୍ରତାପ କୁମାର ମଲ୍ଲିକ୍‌, ଅଭିଲିପ୍ସା ସେଣ୍ଡ, ଜ୍ୟୋସ୍ନାରାଣୀ ପହି, ନମିତା ରାଉତ୍‌, ଆଶିଷ୍ କୁମାର ବିଶ୍ୱାଳ, ରାଜକିଶୋର ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.