Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟରେ “ଉଦ୍‌ବାଧନୀ” କାର୍ଯ୍ୟକ୍ରମ

ଭଦ୍ରକ ମହାବିଦ୍ୟାଳୟରେ “ଉଦ୍‌ବାଧନୀ” କାର୍ଯ୍ୟକ୍ରମ

15

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ କଲେଜ ପରିସରରେ ବିଶ୍ୱଧର୍ମ ସମ୍ମିଳନୀ, ଚିକାଗୋ ସ୍ମୃତିରେ ଏକ ଉଦବୋଧନୀ କାର୍ଯ୍ୟକ୍ରମ ସଂସଦର ଆଜୀବନ ସଦସ୍ୟ ପ୍ରାଧ୍ୟାପକ ସୁରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଦୁର୍ଗାଶଙ୍କର ଦାଶ ଉପସ୍ଥିତ ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ଗହଣରେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାର ଶୁଭ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଦେବୀଲାଲ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ଭିତରେ ଅନନ୍ତ ସମ୍ଭାବନା ଭରି ରହିଛି। ତେଣୁ ସମାଜର ବଡ ଦାଣ୍ଡରେ ଭଲ ମଣିଷଟିଏ ହେବା ପାଇଁ ପବିତ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ସହ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସର ମନ୍ତ୍ରରେ ଅଭିମନ୍ତ୍ରିତ ହେବା ଆବଶ୍ୟକ ଏବଂ ଶିକ୍ଷାଲବ୍‌ଧ ଜ୍ଞାନକୁ ମାତୃଭୂମିର କଲ୍ୟାଣ ପାଇଁ ବିନିଯୋଗ କଲେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇପାରିବ। ସଭାର ପ୍ରାରମ୍ଭରେ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ ବିବେକାନନ୍ଦ ବନ୍ଦନା ଗାନ, ପ୍ରାରମ୍ଭିକ ସୂଚନା ସହ ମଂଚାସୀନ ବରେଣ୍ୟ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଦିବ୍ୟ କାର୍ଯ୍ୟକ୍ରମରେ ଭଦ୍ରକ ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧି ରଞ୍ଜନ ନାୟକ, ଭଦ୍ରକ ମହାବିଦ୍ୟାଳୟର ପ୍ରଫେସର ଡ. କମଳାକାନ୍ତ ଜେନା, ଅଧ୍ୟାପକ ଦୀପ୍ତିରଞ୍ଜନ ଦାସ, ଅଧ୍ୟାପକ ଚିଦାନନ୍ଦନ ଦାସ, ଅଧ୍ୟାପକ ପଦ୍ମନାଭ ପତ୍ରୀ, ନାରାୟଣ ଚନ୍ଦ୍ର ପାଢୀ, ଗଦାଧର ପଣ୍ଡା, ଇଂ ସୁରେଶ ବିଶ୍ୱାଳ, ଗୀତାଞ୍ଜଳି ଅଗସ୍ତି, ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ପ୍ରତିନିଧି ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଶିକ୍ଷାବିତ୍ ଗୟାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ “ବନ୍ଦେ ମାତରମ୍‌” ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.