Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା ଉତ୍ସବ-୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଦୁର୍ଗାପୂଜା ଉତ୍ସବ-୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ

18

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଦୁର୍ଗାପୂଜା ଉତ୍ସବ-୨୦୨୫ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର (ବିଚାର) କାର୍ତିକ ନାଥ ମଣ୍ଡଲ । ଏହାଛଡା ବିଭିନ୍ନ ଅଧିକାରୀ ଯଥା ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଅଧିକ୍ଷଣ ଯନ୍ତ୍ରୀ, ସାଳନ୍ଦୀ କେନାଲ ଡିଭିଜନ, ଅବକାରୀ ଅଧୀକ୍ଷକ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଚିକିତ୍ସାଧିକାରୀ ଡ.ସଙ୍ଗୀତା ବଳ, ଆଂଚଳିକ ପରିବହନ ଅଧିକାରୀ, ସହାୟକ ନିର୍ବାହୀ ଯନ୍ତ୍ରୀ, ପି.ଏଚ.ଡି, ଥାନା ଅଧିକାରୀ, ସହରାଂଚଳ/ଗ୍ରାମାଂଚଳ ଙ୍କ ସମେତ ଶାନ୍ତି କମିଟିର ସଦସ୍ୟ, ହିନ୍ଦୁ ସୁରକ୍ଷ। ସମିତି, ମୁସଲିମ ଜମାତର କର୍ମକର୍ତାଙ୍କ ସହିତ ବିଭିନ୍ନ ଦୁର୍ଗାପୂଜା କମିଟି ଯଥା ମା ବଙ୍କ ବାସୁଳୀ ଦୁର୍ଗାପୂଜା ଅନୁଷ୍ଠାନ, ଗାନ୍ଧି ପଡିଆ ଦୁର୍ଗାପୂଜା ଅନୁଷ୍ଠାନ, ଜାନୁଗଞ୍ଜ ଦୁର୍ଗାପୂଜା ଅନୁଷ୍ଠାନ, ସଙ୍ଗତ ଦୁର୍ଗାପୂଜା ଅନୁଷ୍ଠାନ, ନୀଳକଣ୍ଠପୁର ଦୁର୍ଗାପୂଜା ଅନୁଷ୍ଠାନ, ଲାହାପଟି ଦୁର୍ଗାପୂଜା ଅନୁଷ୍ଠାନ, ଚନ୍ଦନ ବଜାର ଦୁର୍ଗାପୂଜା ଅନୁଷ୍ଠାନ, ଅପର୍ତିବିନ୍ଧା ଦୁର୍ଗାପୂଜା ଅନୁଷ୍ଠାନ, ଗବସାହି ଦୁର୍ଗାପୂଜା ଅନୁଷ୍ଠାନ, ତେଲି ମହଲା ଦୁର୍ଗାପୂଜା ଅନୁଷ୍ଠାନ, ବାଙ୍କା ବଜାର ଦୁର୍ଗାପୂଜା ଅନୁଷ୍ଠାନ, ସ୍କୁଲରୋଡ ଦୁର୍ଗାପୂଜା ଅନୁଷ୍ଠାନ, ସନ୍ଥିଆ ଦୁର୍ଗାପୂଜା ଅନୁଷ୍ଠାନ, ସାଳନ୍ଦୀ ବାଇପାସ ଦୁର୍ଗାପୂଜା ଅନୁଷ୍ଠାନ, ରେଳବାଇ କଲୋନୀ ଦୁର୍ଗାପୂଜା ଅନୁଷ୍ଠାନ, ଷ୍େଚସନ ରୋଡ ଦୁର୍ଗାପୂଜା ଅନୁଷ୍ଠାନ, ପ୍ରାଚୀନଗର ଦୁର୍ଗାପୂଜା ଅନୁଷ୍ଠାନ, ପାଟଣା ସାହି ଦୁର୍ଗାପୂଜା ଅନୁଷ୍ଠାନ, ନବଗ୍ରହ ଦୁର୍ଗାପୂଜା ଅନୁଷ୍ଠାନ, ଏରେଇଁ, ଗରଦପୁର ଦୁର୍ଗାପୂଜା ଅନୁଷ୍ଠାନ, ଓଏସ୍‌ଆରଟିସି ଦୁର୍ଗାପୂଜା ଅନୁଷ୍ଠାନ, ମଠସାହି-ରାଜଘାଟ ଦୁର୍ଗାପୂଜା ଅନୁଷ୍ଠାନ ର ସଭାପତି/ସଂପାଦକ ମାନେ ଉପସ୍ଥିତ ଥିଲେ ଏବଂ ସେମାନଙ୍କର ପୂଜା ଓ ଭସାଣୀ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ଶାନ୍ତି କମିଟିର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମସ୍ତ ଦୁର୍ଗାପୂଜା ଅନୁଷ୍ଠାନ ନିଜ ନିଜର କାର୍ଯ୍ୟସୂଚୀ ସହିତ ଆବଶ୍ୟକୀୟ କାର୍ଯ୍ୟ ଯଥା ରାସ୍ତାର ମରାମତି, ଆଲୋକୀକରଣ, ନାଳ ନର୍ଦ୍ଦମାର ସଫେଇ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ନିଶାଖୋର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ର ସୁ ବନ୍ଦୋବସ୍ତ, ଘାଟ ଗୁଡିକର ମରାମତି, ନାଳଗୁଡିକୁ ଆବଦ୍ଧ କରିବାକୁ ସୁ ବ୍ୟବସ୍ଥା କରିବାପାଇଁ ଅନୁରୋଧ କରିଥିଲେ । ଶାନ୍ତି କମିଟିର ସଦସ୍ୟ ବିଦ୍ୟାଧର ସାହୁ, ଅତିସ କୁମାର ବେହେରା, ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ଉମର ଅଲ୍ଲୀ ଆଲୋଚନାରେ ଭାଗ ନେଇ ବାସି ଖାଦ୍ୟ ପ୍ରଦାନ କରୁଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରେଂଟ କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ର ମିଳିତ ଚଢଉ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅନୁରୋଧ କରିଥିଲେ । ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ଯେ, ଯେଉଁମାନେ ଆଦେଶକୁ ନ ମାନି ପୁଣି ଡିଜେ (ଭାଇବ୍ କ୍ରିଏଟର) କୁ ବଜାଇବା ପାଇଁ ପ୍ରୟାସ କରିବେ ସେମାନଙ୍କୁ ଆର୍ôଥକ ଜରିମାନା ସହିତ ମୋକଦ୍ଦମା ରୁଜୁ କରାଯିବ । ସେହିପରି ସମସ୍ତ ଦୁର୍ଗାପୂଜା କମିଟି ଅଗ୍ନିଶମ ବିଭାଗରୁ ଫାୟାର ସେଫ୍ଚି ସାଟିଫିକେଟ ଓ ବିଦ୍ୟୁତ ବିଭାଗରୁ ତଦନ୍ତ ରିପୋର୍ଟ ସଂଗ୍ରହ କରିବେ । ଏଥିରେ ବିଚ୍ୟୁତି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତର୍କ କରିଥିଲେ । ସମସ୍ତ ପୂଜା ମଣ୍ଡପକୁ ଆବଶ୍ୟକତା ଅନୁଯାୟୀ ପୋଲିସ ସୁରକ୍ଷା କର୍ମୀ ମୁତୟନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବିଭିନ୍ନ ଅଣ ସ୍ୱୀକୃତିପ୍ରାପ୍ତ ୱେବ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ରେ ମିଥ୍ୟା ଗୁଜବ ପ୍ରଚାର କରୁଥିବା ସଂସ୍ଥା/ବ୍ୟକ୍ତିବିଶେଷ କୁ କଠୋର ଚେତାବନୀ ଦେଇଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଦୁର୍ଗାପୂଜା ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରା ର ସହିତ ଭଦ୍ରକ ସହର ସମେତ ଜିଲ୍ଲାରେ ପାଳନ କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ରାଉତରାଏ ସମସ୍ତ କର୍ମକର୍ତାଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ପତ୍ର ସଂଖ୍ୟା.୧୨୯୮୦ ତା. ୧୭.୦୮.୨୦୨୪ ରିଖ ରେ ଜାତୀୟ ସବୁଜ ପ୍ରାଧିକରଣ ର ୦୩.୦୭.୨୦୨୪ ଆଦେଶ ଅନୁଯାୟୀ ପୂଜାପାର୍ବଣରେ ବ୍ୟବହୃତ ପୂଜାସାମଗ୍ରୀ ଯଥା ବାସିଫୁଲ, ଫଳ, ପତ୍ର , ପ୍ରସାଦ, ପ୍ରତିମା ଆଦି ପ୍ରାକୃତିକ ଜଳାଶୟ ତଥା ନଦୀ, କେନାଲ ଓ ନାଳ ରେ ନପକାଇବା ଉପରେ ଆଲୋଚନା ହୋଇଥିଲା ଏବଂ ଲୋକମାନଙ୍କର ଧାର୍ମିକ ଭାବାବେଗକୁ ଅକ୍ଷ୍ୟୁର୍ଣ ରଖି ନଦୀଘାଟ ନିକଟରେ କୃତ୍ରିମ ଜଳାଶୟ କରି ପ୍ରତିମା ବିସର୍ଜନ କରାଯିବ ଏବଂ ବାସିଫୁଲ, ଫଳ, ପତ୍ର , ପ୍ରସାଦକୁ ଜୈବିକ ସାରରେ ପରିଣତ କରିବାକୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଦେଶର ଅନୁପାଳନ ନିମନ୍ତେ ନିୟମିତ ଯାଂଚ କରିବାର ସୁ ବନ୍ଦୋବସ୍ତ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରିଥିଲେ । ସେହିପରି ଅବକାରୀ ବିଭାଗ ବେଆଇନ ମାଦକ ଦ୍ୟବ୍ୟ ବିକ୍ରୟ ଉପରେ ନିୟମିତ ଯାଂଚ କରିବାକୁ, ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆରକ୍ଷୀ ଅଧିକ୍ଷକ, ଆଂଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂଜା କମିଟିଙ୍କର ଦାବି ଗୁଡିକ ଉପରେ ସଂପୃକ୍ତ ବିଭାଗ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ କରିଥିଲେ । ସେହିପରି ପର୍ବ ସମୟରେ ଭଦ୍ରକ ସହରରେ ନିରବଚ୍ଛିନ ବିଦ୍ୟୁତ ଯୋଗାଣ ପାଇଁ ଟିପିଏନ୍‌ଓଡିଏଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଅଂଚଳରେ ପାଇପ ଜଳ ନିୟମିତ ଭାବରେ ଆସୁନଥିବାର ଅଭିଯୋଗ ପାଇଲାପରେ ଜିଲ୍ଲାପାଳ ପି.ଏଚ.ଡି ର କର୍ମକର୍ତାଙ୍କୁ ଏହାକୁ ଅବିଳମ୍ବେ ସମାଧାନ କରିବାକୁ ଆଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ଓ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ବିଭିନ୍ନ ବିଭାଗୀୟ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ସେହିପରି ରାସ୍ତାକୁ ଆର ପାର କରି କୌଣସି ତୋରଣ କରାଯିବ ନାହିଁ , ଲାଉଡ ସ୍ପିକର ପାଇଁ ଉପଜିଲ୍ଲାପାଳ, ଭଦ୍ରକ ଓ ମାର୍ଗ ଅନୁମତି ପାଇଁ ସଂପୃକ୍ତ ଥାନା ଅଧିକାରୀଙ୍କ ପାଖରୁ ଅନୁମତି ନେବେ । ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.