ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜ଼ାର ଉଛେଦ ହୋଇଛି । ଏ ନ ସି ଅଫିସ ଠାରୁ ମଧୁବାବୁ ଛକ ପଯ୍ୟନ୍ତ ବାମ ପାର୍ଶ୍ୱ ରେ ପ୍ରାୟ ୧୬୦ ଦୋକାନୀ ନିଜର ଜୀବିକା ହରାଇଛନ୍ତି । ଏହି ଚାନ୍ଦବାଲି ବଜ଼ାର ଉଠା ଦୋକାନୀ ମାନଙ୍କ ଅକ୍ତିଆର ଥିଲାବେଳେ ସବୁବେଳେ ବଜ଼ାର ଭିଡ଼ ଜମି ରହୁଥିବାରୁ ଆମ୍ବୁଲାନ୍ସ ଏବଂ ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ଦୃଘଟଣା ଉପୁଜୁଥିଲା । ଦୋକାନୀ ମାନେ ନିଜର ଜୀବିକା ହରେଇଥିବା ବେଳେ ସେମାନଙ୍କୁ କୌଣସି ଥଇଥାନ କରାଯାଇ ନାହିଁ । ତେଣୁ ସେମାନଙ୍କ ପରିବାର ପ୍ରତିପୋଷଣ କେମିତି କରିବେ ବୁଦ୍ଧି ଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାନ୍ଦବାଲି ବ୍ଲକ ଓ ଏ ନ ସି ରେ ଦୁଇ ଦଳର ରାଜ୍ୟ ସଭାପତି ଥିଲାବେଳେ କେମିତି ଜୀବିକା ହରେଇଥିବା ଦୋକାନୀ ମାନଂକୁ କେମିତି ଥଇଥାନ ହେବେ ଏବଂ ପରିବା ମାର୍କେଟ କୁ ଯଦି ଆର ଏମ ସି ତରଫରୁ ଗୃହ ଯୋଗାଇ ଦିଆଯାନ୍ତ ତାହା ହେଲେ ଜୀବିକା ହରେଇ ଥିବା ଦୋକାନୀ ମାନେ ନିଜର ପରିବାର ପ୍ରତିପୋଷଣ କରିପାରେନ୍ତେ। ଏହି ଉଛେଦ ବେଳେ ଚାନ୍ଦବାଲି ଏ ନେ ସି ଅଧିକାରୀ ଆଭାସ ପାଣିଗ୍ରାହୀ ଚାନ୍ଦବାଲି ରାଜସ୍ୱ ଅଧିକାରୀ ଭବୋତୋଷ ମଲ୍ଲିକ ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।








