Home ଜିଲ୍ଲା ପରିକ୍ରମା ନାବାଳୀକା ଝିଅକୁ ଅପହରଣ ଏକ ମାସ ପରେ ପୁଲିସ ହାତ ଖାଲି, ଏସପି ଅଫିସରେ ଗୁହାରି...

ନାବାଳୀକା ଝିଅକୁ ଅପହରଣ ଏକ ମାସ ପରେ ପୁଲିସ ହାତ ଖାଲି, ଏସପି ଅଫିସରେ ଗୁହାରି କଲେ ପରିବାର

19

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ଅଧୀନ ଗୁଆପୋଖରି ଗ୍ରାମ ର ଜଣେ ନାବାଳିକ ଛାତ୍ରୀ ଅପହରଣ ହେବାର ମାସେ ପରେବି ଧାମନଗର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକ ଭଦ୍ରକ ଏସ ପି ନିକଟରେ ଅଭିଯୋଗ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଧାମନଗର ଥାନା ଗୁଆ ପୋଖରୀ ଗ୍ରାମ ର କୈଳାଶ ରାଉତ ଙ୍କ ସାନ ଭାଇ ଙ୍କ ଘରକୁ ଜଣେ ଅଜଣା ଯୁବକ ଯିବା ଆସିବା କରୁଥିଲେ । ଯୁବକ ଜଣକ ଭାଇ ଙ୍କ ଝିଅ ର ଧରମ ଭାଇ ବୋଲି ପରିଚୟ ଦେଇଥିଲେ । ଅଗଷ୍ଟ ମାସ ୮ ତାରିଖ ରେ ନାବାଳିକା ଜଣକ କଲେଜ ଯାଇ ଆଉ ଫେରି ନଥିଲେ । ଶେଷ ରେ ପରିବାର ଲୋକେ ଧାମନଗର ଥାନା ରେ ଝିଅ କୁ ଅଜଣା ଧରମ ଭାଇ ଅପହରଣ କରିଥିବା ଅଭିଯୋଗ କରିଥିଲେ । ପୋଲିସ ଅପହୃତ ନାବାଳିକା ଙ୍କ ସାନ ବାପା ଙ୍କ ଝିଅ କୁ ଥାନା କୁ ଡକାଇ ପଚରାଉଚୁରା କରିଥିଲେ ମାତ୍ର କୌଣସି ସେପରି ପଦକ୍ଷେପ ନେଇନଥିଲେ। ତେବେ ଦୀର୍ଘ ଏକ ମାସ ଅପେକ୍ଷା ପରେ ଝିଅ ଉଦ୍ଧାର ନ ହେବାରୁ ଏସପି ଙ୍କ ଦ୍ୱାରସ୍ତ ହୋଇ ଛନ୍ତି ପରିବାର ଲୋକ। ଏ ଦିଗରେ ଧାମନଗର ଥାନା ର ତଦନ୍ତ କାରି ଅଧିକାରିଣୀ ରଶ୍ମିତା ମଲିକ କହିଛନ୍ତି ଯେ ଘଟଣା ର ତଦନ୍ତ ଚାଲିଛି। ଫୋନ ଟ୍ରାକିଙ୍ଗି ମଧ୍ୟ କରାଯାଉଛି ପୋଲିସ ନାବାଳିକା କୁ ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛି।ସୂଚନା ଥାଉକି ଏପରି ଏକ ନାବାଳିକା ଅପହରଣ ଘଟଣାର ଧାମନଗର ପୋଲିସ ର ଅବହେଳା ପାଇଁ ଉକ୍ତ ଥାନାର ଏ ଏସ ଆଇ ନେପାଳ ସାହା ନିଲମ୍ବିତ ହୋଇଛନ୍ତି ।ପୁଣି ଏକ ମାସେ ପରେ ନାବାଳିକା ଅପହରଣ ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.