Home ଜିଲ୍ଲା ପରିକ୍ରମା ୧୬.୬୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୬.୬୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

14

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ସହରାଂଚଳ ଥାନାର ଏସଆଇ ଗୁରୁବାରୀ ସଏ ଅନ୍ୟ କମର୍ଚାରୀଙ୍କ ସହ ନାଇଟ୍ ପାଟ୍ରୋଲିଂ କରୁଥିବାବେଳେ ଏକ ପଲସର ମୋଟର ସାଇକେଲ୍‌କୁ ସନ୍ଦେହ ଜନକ ଭାବେ ଅଟକାଇ ଦୁଇଜଣଙ୍କୁ ଯାଂଚ କରିବା ସମୟରେ ୧୬.୬୩ ଗ୍ରାମ ବ୍ରାଉନସୁଗାର, ଗୋଟିଏ ରିଏଲ୍‌ମି ମୋବାଇଲ, ଗୋଟିଏ ଭିଭୋ ମୋବାଇଲ୍‌, ସେମାନେ ବ୍ୟବହାର କରୁଥିବା ବାଜାଜ୍ ପଲସର ବାଇକ୍ ସହ ନଗଦ ୨୫ ଶହ ଟଙ୍କା ଜବତ କରିଥିଲେ। ପରବର୍ତୀ ସମୟରେ ଦୁଇ ଅଭିଯୁକ୍ତ ଯାଜପୁର ଜିଲା ଧର୍ମଶାଳା ଥାନା ଧେରବରା ନିବାସୀ ଡଙ୍ଗିଆ ମଲ୍ଲିକଙ୍କ ପୁତ୍ର ସନ୍ତୋଷ ଓ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଂଜୁରୀ ନିବାସୀ ସୂର୍ଯ୍ୟମଣୀ ବେହେରାଙ୍କ ପୁତ୍ର ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଏସଆଇ ପ୍ରବୀଣ କୁମାର ଗିରି ତଦନ୍ତ ଦାୟିତ୍ୱରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.