Home ଜିଲ୍ଲା ପରିକ୍ରମା ସିସିଟିଭି କ୍ୟାମେରା ଚୋରଙ୍କୁ ଧରିଲା ସହରାଂଚଳ ପୁଲିସ୍

ସିସିଟିଭି କ୍ୟାମେରା ଚୋରଙ୍କୁ ଧରିଲା ସହରାଂଚଳ ପୁଲିସ୍

9

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନରୁ ଏ.ସି. ର କପର ତାର ଚୋରି ହେବାର କିଛି ମାସ ପରେ ସିସି ଟିଭି ଚୋରଙ୍କୁ ସହରାଂଚଳ ଥାନା ପୁଲିସ୍ ଗିରଫ କରିଛି। ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ତଥ୍ୟ ଅନୁସାରେ ଭଦ୍ରକ ଟାଉନ୍ ହଲ ଛକ ନିକଟ ବହୁ ବ୍ୟବସାୟ ପ୍ରତିଷ୍ଠାନରୁ କ୍ରମାଗତ ଭାବେ ଲଗାଯାଇଥିବା ସିସିଟିଭି କ୍ୟାମେରା ଚୋରି ହୋଇଥିଲା। ଏ ସମ୍ପର୍କରେ କଲେଜ ରୋଡ୍‌, ନରିପୁର ନିବାସୀ ସଂଜିତ ରାୟଙ୍କ ଅଭିଯୋଗ କ୍ରମେ ଏକ ମାମଲା କେଶ୍ ନଂ ୫୪୬, ତା ୧୦.୦୯.୨୫ ରିଖ ଦଫା ୩୦୩ (୨) ବିଏନଏସ ମୂଳେ ରୁଜୁ ହୋଇଥିଲା। ଯାହାର ତଦନ୍ତ ଦାୟିତ୍ୱରେ ତଦନ୍ତକାରୀ ଅଧିକାରୀ ଏ.ଏସ.ଆଇ ବିରୁପାକ୍ଷ ସାହୁ ରହିଥିଲେ। ଏତଲାକାରୀ ସଂଜିତଙ୍କ ଅଭିଯୋଗ ମୂଳେ ଗତ ୮ ତାରିଖ ସନ୍ଧ୍ୟାରେ କେତେକ ଦୃବୁର୍ତ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଚୋରି କରିନେଇଥିଲେ। କେବଳ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ନୁହେଁ ଏସପି ଅଫିସ୍ ସମ୍ମୁଖରେ ଥିବା ମାର୍କେଟ୍ କମ୍ପେ୍ଲକ୍ସରୁ ଏହିଭଳି ଭାବେ ବହୁ ସିସିଟିଭି କ୍ୟାମେରାକୁ ଦୃବୁର୍ତମାନେ ଚୋରି କରିନେଇଥିଲେ। ଫଳରେ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ଶ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ଗଠିତ ଏକ ଟିମ୍ ଏହି ସିସିଟିଭି ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଯାଜପୁର ଜିଲା ଯାଜପୁର ଟାଉନ୍ ଥାନା ଅଧୀନସ୍ଥ ବିଂଧାନ ପୃଷ୍ଟିସାହି ନିବାସୀ ପର୍ଶୁରାମ ପୃଷ୍ଟିଙ୍କ ପୁତ୍ର ମଙ୍ଗଳ (୨୪), ଭଦ୍ରକ ଜିଲା ଗ୍ରାମଂଚଳ ଥାନା ଅଧୀନସ୍ଥ ଏରେଇ ଗ୍ରାମନିବାସୀ ଭାଗୀରଥି ସେଠୀଙ୍କ ପୁତ୍ର ବିଶ୍ୱଜିତ୍ (୨୫) କୁ ଉକ୍ତ ଟିମ୍ ଗିରଫ କରି ସେମାନଙ୍କ ନିକଟରୁ ୨୫ ଟି ସିସି ଟିଭି କ୍ୟାମେରା, ଗୋଟିଏ ଓଲା ଇଲେକ୍ଟ୍ରି ସ୍କୁଟର, ଦୁଇଟି ଭିଭୋ ମୋବାଇଲ୍ ଜବତ କରିଛି। ଏବଂ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତଦନ୍ତ କାଳରେ ଅଭିଯୁକ୍ତମାନେ କେବଳ କଲେଜ ରୋଡ୍ ନୁହେଁ, ଗ୍ରାମାଂଚଳ ଥାନା ଅଧୀନସ୍ଥ ଆରଡିଛକ ଓ ୧୨ ଟି ସ୍ଥାନରୁ ଏହି କ୍ୟାମେରା ଚୋରି କରିଥିବାର ସ୍ୱୀକାର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.