ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଷେଣ୍ଢତିରା ପଚାଂୟତ ବିଜେପିର ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଷେଣ୍ଢତୀରା ଗ୍ରାମର ଯୁବନେତା ତାପସ କୁମାର ଖଣ୍ଡାଇ(୪୬)ଙ୍କର ସୋମବାର ରାତିରେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଲିଭର ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧୀନ ଥିଲେ । ରବିବାର ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମଙ୍ଗଳବାର ସକାଳେ ତାଙ୍କ ମର ଶରୀର ନିଜ ଗ୍ରାମରେ ପହପଚିଂବା ପରେ ଦଳର ଭଣ୍ଡାରିପୋଖରୀ ବିଧାନ ସଭାନେତା ଡ.ସୁଧାଶୁଂ ଶେଖର ନାୟକ, ବଦ୍ରିନାରାୟଣ ଧଳ, କୃଷକ ନେତା ଶଙ୍କର୍ଷଣ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ଦଳୀୟ ନେତୃତ୍ୱ ମାନେ ତାଙ୍କ ବାସ ଭବନରେ ପହଚିଂ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଏକ ଶୋକା କୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ଜୀବନ ମୁଖାଗ୍ନି ଦେଇଥିଲେ । ସେ ଜଣେ ଦକ୍ଷ ସୁସଂଗଠକ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।








